nua o banner

ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ଗୋଦାମ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ 

BJD Bijuli 480×75 Mob

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅନ୍ତର୍ଗତ ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଗୋଦାମଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ କିଛି ରକ୍ଷା କରାଯାଇ ପାରିନି। ଦୁଇଟି ଗୋଦାମଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶାସ୍ତ୍ରୀଘାଟ ନିକଟରେ ଥିବା ମହମ୍ମଦ ଉମରଙ୍କର ଧାନ ଗୋଦାମ ଏବଂ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କର ସାନିଟାରି ଗୋଦାମ ପୋଡି ପାଉଁଶ ହୋଇଯାଇଛି। ତେବେ ଧାନ ଗୋଦାମରେ ୧୫ ଶହରୁ ଉର୍ଦ୍ଧ୍ବ ବସ୍ତା ଧାନ ଥିବା ଜଣାପଡିଛି। ସେହିପରି ସାନିଟାରି ଗୋଦାମରେ ମଧ୍ୟ ଭୟଙ୍କର କ୍ଷୟ କ୍ଷତି ହୋଇଛି। ଅଗ୍ନି କାଣ୍ଡର କାରଣ ଜଣା ପଡ଼ିନାହିଁ।

Comments are closed.