www.samajalive.in
Monday, December 8, 2025
27.1 C
Bhubaneswar

ଅଂଶୁପାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ବାଙ୍କୀ : ଶୁକ୍ରବାର ପୂର୍ବାହ୍ନରେ ମଧୁର ହ୍ରଦ ଅଂଶୁପାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅଂଶୁପା କୂଳବର୍ତ୍ତୀ ସୁବର୍ଣ୍ଣପୁର ଓ ଓସ୍ତିଆ ପଞ୍ଚାୟତ ସଂଲଗ୍ନ ଅଞ୍ଚଳରେ ଆଗକୁ କିଭଳି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ଅଂଶୁପାର ବିକାଶ କରାଯିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବା ଆଶା ନେଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅଂଶୁପା କୂଳରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ। ଅଂଶୁପାର ପୁନଃରୁଦ୍ଧାର କାର୍ଯ୍ୟକ୍ରମ,ଅଂଶୁପାର ସଠିକ୍ ସୀମା ନିଦ୍ଧାରଣ,ଅଂଶୁପା ମଧ୍ୟକୁ ଜଳ ପ୍ରବେଶ ଓ ନିସ୍କାସନ ବ୍ୟବସ୍ଥା,ଓସ୍ତିଆ ପଞ୍ଚାୟତର ବିଷ୍ଣୁପୁର ଠାରେ ବହୁ ବ୍ୟୟ ବରାଦରେ କାର୍ଯ୍ୟକାରୀ ହେବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରଦାନ କରାଯାଇଥିବା ୨୮ଏକର ଜମିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ର,ପୂର୍ବତନ ସରପଞ୍ଚ ବେଣୁଧର ଦାସ,ପୂର୍ଣ୍ଣ ଚନ୍ଦ୍ର ଦଳେଇ,ଓସ୍ତିଆ ସରପଞ୍ଚ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା,ସମାଜସେବୀ ତଥା ଉତ୍ତର ବାଙ୍କୀର ନେତା ଗତିକୃଷ୍ଣ ସ୍ୱାଇଁ,ପୂର୍ବତନ ସରପଞ୍ଚ ଭରତ ବେହେରା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଭିତ୍ତିଭୂମିର ସଠିକ ବିକାଶ ହୋଇପାରିଲେ ଅଂଶୁପା ପର୍ଯ୍ୟଟନ କ୍ଷେତ୍ରରେ ବହୁ ଆଗକୁ ଯିବା ସହିତ ଅଞ୍ଚଳବାସୀଙ୍କ ଜୀବନ ଜିବୀକାରେ ଉନ୍ନତି ଆସିବ ବୋଲି ପୂର୍ବତନ ବିଧାୟକ ସମୀକ୍ଷା ବୈଠକରେ ଆଲୋକପାତ କରିଛନ୍ତି। ସିଡିଏ ପକ୍ଷରୁ ପଦାଧିକାରୀ ତଥା ଏସିଏଫ୍ ବିନୋଦ ଆଚାର୍ଯ୍ୟ ଯୋଗଦେଇ ଅଂଶୁପାର ବିକାଶରେ ସିଡିଏ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories