www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ପୀଠ

ଗୁରୁଡିଝାଟିଆ : ଆସନ୍ତାକାଲି(ଶୁକ୍ରବାର) ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏ ନେଇ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଓ ଧବଳେଶ୍ୱର ପୂଜକ ସମିତିର କର୍ମକର୍ତ୍ତାଙ୍କ ସହିତ ବୈଠକରେ ସ୍ଥିରିକୃତ ହୋଇଛି। ସଂପୂର୍ଣ୍ଣ ଭାବରେ କୋଭିଡ ନିୟମକୁ ପାଳନ କରାଯାଇ ଶ୍ରଦ୍ଧାଳୁମାନେ ଯେଭଳି ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବେ ସେଥିପ୍ରତି ଦୃଷ୍ଟିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ୬ଫୁଟର ଦୂରତ୍ୱ ରଖିବା, ହାତକୁ ବିଶୋଧନ କରିବା ନିମୟକୁ କଡାକଡି କରାଯିବ। ଏଥିସହିତ କୋଭିଡ ନିୟମର ସମସ୍ତ ନୀତିକୁ ଯେଭଳି ଶ୍ରଦ୍ଧାଳୁମାନେ ଦେଖିପାରିବେ, ସେଥିନିମନ୍ତେ ଦେବୋତ୍ତର ପ୍ରଶାସନ ବ୍ୟବସ୍ଥା କରି ସୂଚନା ଫକଳ ପ୍ରଦର୍ଶିତ କରିବେ।

ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଏସବୁକୁ ଅନୁଧ୍ୟାନ କରି ସ୍ଥାନୀୟ ପୋଲିସ ନିୟମ ପାଳନ କରାଯାଉଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ବୈଠକରେ ସ୍ଥିରିକୃତ ହୋଇଛି। ଧବଳେଶ୍ୱର ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ପ୍ରଫୁଲ କୁମାର ପତ୍ରୀ, ଦୟାନନ୍ଦ ପତ୍ରୀ, ଅଜୟ ପତ୍ରୀ, ବୃନ୍ଦାବନ ପଣ୍ଡା, ସୁଶାନ୍ତ କୁମାର ପତ୍ରୀ ପ୍ରମୁଖଙ୍କ ସହିତ ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ ଓ ଦେବୋତ୍ତର ବିଭାଗର କର୍ମଚାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories