www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟିକା କୁସୁମ ଓ ଟଙ୍କଧର; ୧୦୭ ଖୋଲା ମଞ୍ଚ ଓ ୨୦୭ ଗୋଷ୍ଠୀ କେନ୍ଦ୍ର ଖୋଲିବା ପାଇଁ ଦାବି

ସୁନ୍ଦରଗଡ଼: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭୁବନେଶ୍ୱରଠାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ ଭାଜପା ସଂପାଦକ ଟଙ୍କଧର ତ୍ରିପାଠୀ, ବରିଷ୍ଠ ନେତା ଠାକୁର ରଞ୍ଜିତ ଦାସ ପ୍ରମୁଖ ସାକ୍ଷାତ କରି ନବବର୍ଷର ଅଭିନନ୍ଦନ ଜଣାଇବା ସହ ସୁନ୍ଦରଗଡ଼ର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଯୋଶୀ ଦାବି ସଂପର୍କରେ ଅନୁକୂଳ ମତ ପୋଷଣ କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ବିଧାୟିକାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ବନ୍ଧପାଲିଠାରୁ କାଲୋବାହାଲ ପର୍ଯ୍ୟନ୍ତ ରାସ୍ତାକୁ ୨ଥାକିଆ ରାସ୍ତା କରିବା ସହ ଏହାର ଉନ୍ନତିକରଣ, ବିଭିନ୍ନ ଗ୍ରାମାଞ୍ଚଳରେ ନିଜର ସଂସ୍କୃତିକୁ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ୧୦୭ଟି ଖୋଲା ମଞ୍ଚ, ୨୦୭ଟି ଗୋଷ୍ଠୀ କେନ୍ଦ୍ର ଖୋଲିବାକୁ ଅନୁଦାନ ଯୋଗାଇଦେବା ସହ ଲେଫ୍ରିପଡ଼ାର ଛଟେନପାଲି ଠାରେ ଆରମ୍ଭ ହୋଇଥିବା ଡିଏଭି ସ୍କୁଲକୁ ଜାତୀୟସ୍ତରର କରିବା ସହ ଏହାର ଶୀଘ୍ର ଲୋକାର୍ପଣ ପାଇଁ ଅନୁରୋଧ କରିଥିଲେ। ଏହା ଉପରେ କେନ୍ଦ୍ରମନ୍ତ୍ରୀ ସହମତି ପ୍ରକାଶ କରିବା ସହ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ଡିଏଭି ସ୍କୁଲର ଲୋକାର୍ପଣ ଉତ୍ସବରେ ଯୋଗଦେବେ ବୋଲି ସୂଚନା ଦେଇଥିବାର ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories