www.samajalive.in
Monday, December 8, 2025
27.1 C
Bhubaneswar

ବାର୍ଡ ଫ୍ଲୁ ସତର୍କତା ପାଇଁ ଖୋଲିଲା ରାଜ୍ୟ ସ୍ତରୀୟ କଂଟ୍ରୋଲ୍‌ ରୁମ୍‌, ପକ୍ଷୀ ମଡ଼କ ଦେଖିଲେ ଜଣାଇବାକୁ ପରାମର୍ଶ

ଭୁବନେଶ୍ବର: ବାର୍ଡ ଫ୍ଲୁ ସତର୍କତା ପାଇଁ ଖୋଲିଲା ରାଜ୍ୟ ସ୍ତରୀୟ କଂଟ୍ରୋଲ୍‌ ରୁମ୍‌। ବାର୍ଡ ଫ୍ଲୁ ରାଜ୍ୟ ସ୍ତରୀୟ କ​‌େ​‌ଣ୍ଟ୍ରାଲ ରୁମ୍‌ ନମ୍ବର ୦୬୭୧୨୪୧୪୩୧୦, ୭୯୭୮୧୦୫୫୩୮ ଓ ୯୪୩୭୩୧୩୧୮୩। ବାର୍ଡ ଫ୍ଲୁ ସମ୍ପର୍କିତ ତଥ୍ୟ କିମ୍ବା ଅସ୍ବାଭାବିକ ପକ୍ଷୀ ମଡ଼କ ଏହି ନମ୍ବରରେ ଜଣାଇବାକୁ ନିର୍ଦେଶ ଦିଆଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନାହିଁ ବୋଲି ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ପଷ୍ଟ କରିଥିଲ। ତେବେ ଆଜି ଖୋର୍ଦ୍ଧା ଜିଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଏହା ଦେଖିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ତରଫରୁ ବାର୍ଡ ଫ୍ଲୁ ଆଶଙ୍କା କରି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାର୍ଡ ଫ୍ଲୁ ସଂପର୍କିତ ତଥ୍ୟ କିମ୍ବା ଅସ୍ୱାଭାବିକ ପକ୍ଷୀ ମଡ଼କ ଦେଖିଲେ ନମ୍ବର- ୦୬୭୧-୨୪୧୪୩୧୦, ୭୯୭୮୧୦୫୫୩୮, ୯୪୩୭୩୧୩୧୮୩ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲାର ବେଗୁନିଆର ବଡ଼ବେରଣ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲା ଏହି ଫାର୍ମରେ ୩ ହଜାରରୁ ଅଧିକ କୁକୁଡ଼ା ମରି ସାରିଲେଣି। ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡ଼ା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡ଼ା ଅଛନ୍ତି। ବାର୍ଡ ଫ୍ଲୁ ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ କୁକୁଡ଼ା ମରୁଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହି ଖବର ପାଇବା ପରେ ସେଠାରେ ପ୍ରାଣୀ ଚିକିତ୍ସକ ପହଞ୍ଚି ନମୂନା ୧୦ଟି କୁକୁଡ଼ାର ନମୂନା ସଂଗ୍ରହ କରିଥିଲେ। ସେଠାରୁ ସଂଗ୍ରହ କରାଯାଇଥିବା କୁକୁଡ଼ାଗୁଡ଼ିକର ନମୂନା ପରୀକ୍ଷା ପାଇଁ ଭୋପାଳ ଓ ଫୁଲନଖରା ପଠାଯିବ ବୋଲି ପ୍ରାଣୀ ଚିକିତ୍ସକ ସୂଚନା ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories