www.samajalive.in
Sunday, December 7, 2025
23.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା : ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଏସପି ଅଫିସ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା 

ନବରଙ୍ଗପୁର :  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ ମଣିଷ ମାରୁଛି ଶାସକ ବିଜେଡି ଦଳ, ଏଭଳି କିଛି ନାରାବାଜି ଦେଇ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ଆଜି ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ  ଘେରାଉ କରାଯାଇଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ହାତ ରହିଛି। ଏଣୁ ମନ୍ତ୍ରୀ ପ୍ରତାପ ଜେନାଙ୍କର ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ସାରା ଓଡ଼ିଶାରେ ଏସପି ଅଫିସ୍ ଘେରାଉ କରିଛି।  ଯଦି ଏହାକୁ ଗୁରୁତ୍ୱ ନଦିଆଯାଏ ତାହେଲେ ଆଗାମୀ ଦିନରେ ଡିଜି ଅଫିସ୍ ଘେରାଉ କରିବା ସହ ସମଗ୍ର ୩୦ ଗୋଟି ଜିଲ୍ଲାରେ ଜନ ଆନ୍ଦୋଳନ କରି ଚକ ଅଖ ବନ୍ଦ କରିବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା  ସଭାପତି କାଁହୁ ଦାସଙ୍କ ସଭପତିତ୍ୱରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଓବିସି ସଭାପତି ମନୋଜ ମହାଙ୍କୁଡ, ଧରଣୀ ସିଂହ, ଅସିତ ବିଶୋଇ, ହେରେକୃଷ୍ଣ ମୁଦୁଲି, ଶର୍ମିଷ୍ଠା ସିଂହ ଦେଓ, ବେବି ନାୟକ ସୁବୁଦ୍ଧି, ଅରୁଣ ପୂଜାରୀ, ନର୍ସିଙ୍ଗ ଭତରା, ଚନ୍ଦ୍ରଭାନୁ ନାୟକ ପ୍ରମୁଖ ସାମିଲ ଥିଲେ |

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories