www.samajalive.in
Monday, December 8, 2025
27.1 C
Bhubaneswar

ମନୋହର ପ୍ରାକୃତିକ ଦୃଶ୍ୟ ପାଇଁ ଏଠାକୁ ଭ୍ରମଣ ନିମନ୍ତେ ଆସିଥାଆନ୍ତି ବହୁ ପର୍ଯ୍ୟଟକ

ବିଶ୍ବର ଦ୍ବିତୀୟ ସର୍ବବୃହତ୍‌ ସାମୁଦ୍ରିକ ହ୍ରଦ ଭାବେ ବିଶ୍ବବିଦିତ ଚିଲିକା ଓଡ଼ିଶାର ପୁରୀ ଜିଲାରେ ଅବସ୍ଥିତ। ଏଠାରେ ବହୁ ଛୋଟ ଛୋଟ ଦ୍ୱୀପ ରହିଛି, ଯାହା ଦେଖିବାକୁ ଖୁବ ସୁନ୍ଦର। ଶୀତ ଋତୁ ପ୍ରାରମ୍ଭରେ ଏଠାରେ ଜାତିଜାତି ପକ୍ଷୀଙ୍କର ସମାଗମ ହୁଏ। ଏହି ଦୃଶ୍ୟ ଏତେ ମନୋରମ ଯେ ଥରେ ଦେଖିଲେ ଛାଡ଼ି ଯିବାକୁ ମନ ହୁଏ ନାହିଁ।
ହ୍ରଦର ବିଶେଷତ୍ୱ
୧୬୦ ରୁ ଊର୍ଦ୍ଧ୍ବ ପ୍ରଜାତିର ମାଛ ଏଠାରେ ରହିଛିନ୍ତି। ଧୀବରମାନେ ଜାଲ ବସାଇ ମାଛ ଧରି ଜୀବିକାର୍ଜନ କରନ୍ତି। ଏଠାରେ ବହୁ ଜଳଚର ଜୀବ ମଧ୍ୟ ରହିଛନ୍ତି।
ଡ଼ଲଫିନ ଏହାର ମୁଖ୍ୟ ଆକର୍ଷଣ
ଚିଲିକାକୁ ୨୭ ଫେବୃଆରୀ ୨୦୧୮ରେ ଇରାବଦୀ ଡ଼ଲଫିନର ସବୁଠାରୁ ବଡ଼ ଆଶ୍ରୟସ୍ଥଳୀ ଭାବେ ଘୋଷିତ ହୋଇଛି। ଏଠାରେ ୧୫୫ଟି ଇରାବଦୀ ଡ଼ଲଫିନ ଦେଖିବାକୁ ମିଳେ। ପ୍ରତି ବର୍ଷ ଏଠାକାର ସମସ୍ତ ଅଞ୍ଚଳର ରକ୍ଷଣାବେକ୍ଷଣାର ଯାଞ୍ଚ ମଧ୍ୟ କରାଯାଏ।
ଦେଶୀୟ ଓ ବିଦେଶୀୟ ସମସ୍ତ ପ୍ରକାରର ପକ୍ଷୀ ଏଠାରେ ଦେଖିବାକୁ ମିଳିଥାଏ।
କାଳୀଜାଈ ଦ୍ୱୀପ –
ଏହି ସ୍ଥାନ ମା’କାଳୀଜାଈଙ୍କ ମନ୍ଦିର ଓ ଆଖପାଖର ବହୁ ସୁନ୍ଦରତା ପାଇଁ ଖୁବ ପ୍ରସିଦ୍ଧ। ଜାନୁଆରୀ ମାସର ମକର ସଂକ୍ରାନ୍ତିରେ ଏଠାରେ ଭକ୍ତଙ୍କ ବେଶ ଭିଡ଼ ଜମିଥାଏ। ବଣଭୋଜି ପାଇଁ ଏହା ଏକ ଉକୃଷ୍ଟ ସ୍ଥାନ ଅଟେ।
ବର୍ଷର ଯେକୌଣସି ସମୟରେ ଏଠାକୁ ଯାଇପାରିବେ। ମାତ୍ର ଶୀତ ଦିନର ପ୍ରାରମ୍ଭରେ ଯିବା ବେଶି ଭଲ। କାରଣ ଏହି ସମୟରେ ନାନା ଜାତିର ପକ୍ଷୀଙ୍କ ସମାଗମ ହୋଇଥାଏ।
ମନୋହର ପ୍ରାକୃତିକ ଦୃଶ୍ୟ ପାଇଁ ଏଠାକୁ ବହୁ ପର୍ୟ୍ୟଟକ ମଧ୍ୟ ଭ୍ରମଣ ନିମନ୍ତେ ଆସିଥାଆନ୍ତି ।
ଗମନାଗମନ ଦୃଷ୍ଟିରୁ ଭୁବନେଶ୍ୱର ଏହାର ନିକଟତମ ବିମାନବନ୍ଦର ଅଟେ। ସେଠାରୁ ବସ ଓ ଅନ୍ୟ ଯାନରେ ଯାଇପାରିବେ।
ବାଲୁଗାଁ ଏହାର ନିକଟତମ ରେଳ ଷ୍ଟେସନ ଅଟେ। ଏଠାରୁ ବସ ଓ ଟ୍ୟାକ୍ସିରେ ଚିଲିକା ଯାଇପାରିବେ।
ଓଡ଼ିଶାରେ ପର୍ୟ୍ୟଟନ ପାଇଁ ବିଭିନ୍ନ ସ୍ଥାନ ରହିଛି। ଯେଉଁଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ନିଆରା ଅନୁଭବ ହୋଇଥାଏ।
ଓଡ଼ିଶାର ଢେଙ୍କାନାଳ ଜିଲାର ପରଜଙ୍ଗ ପର୍ୟ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବହୁ ପର୍ୟ୍ୟଟନସ୍ଥଳ ସହ ପ୍ରାଚୀନ କଳାକୃତି ରହିଛି। ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ୫୫ ଫୁଟର ଅନନ୍ତ ଶୟନ ମୂର୍ତ୍ତି ଏହି ସ୍ଥାନର ସ୍ୱତନ୍ତ୍ରତାକୁ ବଢାଇଥାଏ। ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରି ଥିବା ବେଳେ ପାଦ ତଳେ ମା’ଲକ୍ଷ୍ମୀ ବିରାଜମାନ କରିଛନ୍ତି। ମସ୍ତିଷ୍କରେ ଅନନ୍ତ ନାଗ ରହିଛି। ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଛି। ଶୟନ ଅବସ୍ଥାରେ ଥିବା ଭଗବାନଙ୍କ ଏହି ବିରାଟ ପ୍ରତିମୂର୍ତ୍ତିକୁ ପରିଦର୍ଶନ କରିବା ପାଇଁ ଏଠାରେ ବହୁ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷ କରି ପର୍ୟ୍ୟଟନ ଋତୁରେ ବହୁ ଲୋକେ ଏଠାକୁ ଆସି ସୌନ୍ଦର୍ୟ୍ୟରେ ମୁଗ୍ଧ ହୋଇଯାଆନ୍ତି। ଏଠାରୁ ଅଳ୍ପ ଦୂରରେ ଐଶାନ୍ୟେଶ୍ବର ଓ ଗ୍ରାମଦେବୀ ମା’ଅନ୍ଧାରୀ ବାଉତୀ ପୂଜା ପାଉଛନ୍ତି। ନଦୀ କୂଳରେ ବୁଦୁବୁଦିଆ ଜଙ୍ଗଲ ମଧ୍ୟ ରହିଛି। ତେଣୁ ପ୍ରକୃତିର ଅପରୂପ ସୁନ୍ଦର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏଠାରେ ଲୋକେ ବଣଭୋଜିର ମଧ୍ୟ କରିଥାଆନ୍ତି। ପିଲା ଠାରୁ ବୟସ୍କମାନେ ସମସ୍ତେ ଏଠାକୁ ଆସି ଖୁବ୍ ଆନନ୍ଦିତ ହୁଅନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories