www.samajalive.in
Monday, December 8, 2025
20.1 C
Bhubaneswar

ଶାଗକୁ ସତେଜ ରଖିବାର ଉପାୟ

ପନିପରିବା, ଫଳମୂଳ ସତେଜ ଖାଇଲେ ହିଁ ତା’ର ପୋଷକତତ୍ତ୍ବ ଶରୀରକୁ ଭଲଭାବେ ମିଳେ। ବିଶେଷକରି ଶାଗକୁ ଗୋଟିଏ ଦିନ ମଧ୍ୟ ଫ୍ରିଜ୍‌ରେ ରଖିଲେ, ତା’ର ଗୁଣବତ୍ତା କମ୍ ହୁଏ। ଆଜିକାଲିର ଧାଁଧଉଡ଼ ଜୀବନଶୈଳୀରେ କର୍ମଜୀବୀ ମହିଳା ଅଧିକାଂଶ ସମୟରେ ପନିପରିବାକୁ ଫ୍ରିଜ୍‌ରେ ରଖିବାକୁ ଗୁରୁତ୍ବ ଦେଉଛନ୍ତି। ଶାଗକୁ ୩-୪ଦିନ ସତେଜ ରଖିବାକୁ ଚାହୁଁଥିଲେ, ପ୍ରଥମେ ଭଲରେ ଧୋଇନେବେ। ସେଥିରୁ ମାଟି ବାହାରିଯିବା ପରେ ଏକ ଶୁଖିଲା କପଡ଼ା ଉପରେ ଶାଗକୁ ବିଛାଇନେବେ। ଫ୍ୟାନ୍ ତଳେ ଶାଗକୁ ଏପରି ରଖିଲେ ଶୀଘ୍ର ଶୁଖିଯାଏ, ଏବେ ଶାଗକୁ ଟିସୁ ପେପରରେ ଭଲଭାବେ ଗୁଡ଼ାଇ ଏୟାର୍ ଟାଇଟ୍ ଡବାରେ ୩-୪ଦିନ ରଖିପାରିବେ। ଏଇ ଉପାୟରେ ଶାଗ ସତେଜ ରହିଲେ ମଧ୍ୟ ତା’ର ପୋଷକତତ୍ତ୍ବ କମିଯାଏ।

– ଆଣ୍ଟିଅକ୍ସିଡାଣ୍ଟ ଭରପୂର ଶାଗକୁ ଫଳ କିମ୍ବା ଅନ୍ୟ ପରିବା ସହ ମିଶାଇ ଫ୍ରିଜ୍‌ରେ ରଖିଲେ ତାହା ଶୀଘ୍ର ଖରାପ ହୁଏ।

- Advertisement -

– ହୃଦ୍‌ରୋଗୀ, ମଧୁମେହ ତଥା ରକ୍ତଚାପ ରୋଗୀ ମେଥି ଶାଗ, ସୋରିଷ ଶାଗ ସପ୍ତାହରେ ୨-୩ଥ ର ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ। ଶୀତଦିନେ ମେଥି ଶାଗ ପରଟା ରାତିରେ ଖାଇଲେ ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳେ।
– ଆଖିର ଜ୍ୟୋତି ବଢ଼ାଇବା ସହ କେଶ ମୂଳକୁ ମଧ୍ୟ ଶାଗ ଶକ୍ତି ଯୋଗାଏ। ପିଲାଠାରୁ ବୟସ୍କ ସମସ୍ତେ ଶାଗ ପ୍ରତିଦିନ ଖାଇବା ଭଲ।

– ଶାଗକୁ ଫ୍ରିଜ୍‌ରେ ପ୍ଲାଷ୍ଟିକ୍ ଥଳିରେ ରଖନ୍ତୁନାହିଁ, ଏପରି କଲେ ଶାଗ ବିଷାକ୍ତ ହେବାର ଭୟ ରହିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories