www.samajalive.in
Sunday, December 7, 2025
15.1 C
Bhubaneswar

ଓଡ଼ିଶାର ଇଞ୍ଚେ ଜମି ନେଇପାରିବନି ଆନ୍ଧ୍ର

ପଟ୍ଟାଙ୍ଗୀ: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଥିବା ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଓ ଜାମୁଗୁଡା ଗାଁରେ ଆଜି ଶାସକ ଦଳର ବିଧାୟକ ପହଞ୍ଚିଛନ୍ତି ା ଓଡ଼ିଶାର ଇଞ୍ଚେ ଜମି ଆନ୍ଧ୍ର ନେଇପାରିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ସୋମବାର ଶାସକ ଦଳର ଦୁଇ ବିଧାୟକ ଙ୍କ ସମେତ ଅନ୍ୟ ରାଜନେତା ସୀମା ବିବାଦ ସ୍ଥଳରେ ପହଞ୍ଚି ଲାଗି ରହିଥିବା ସୀମା ବିବାଦ ସମ୍ପର୍କରେ ଦୁଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସୀମା ବିବାଦ ସମାଧାନ କରିବାକୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ରାଜସ୍ୱ ବିଭାଗର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସଙ୍କୁ ନିର୍ଦେଶ ଦେଇଥିଲେ, କିନ୍ତୁ ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ଜିଲାର ଡେପୁଟି କଲେକ୍ଟରଙ୍କ କାର୍ୟ୍ୟଧାରାକୁ ବିରୋଧ କରି ଉକ୍ତ ଅଧିକାରୀ ଜଣକ ଓଡିଶାର ଦୁଇ ଗ୍ରାମବାସୀଙ୍କ ସ୍ୱାର୍ଥରେ କାମ କରୁ ନ ଥିବା ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ଆନ୍ଧ୍ର ରାଜ୍ୟର ଉପରୋକ୍ତ ୦୫ ଖଣ୍ଡ ଗ୍ରାମବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରି ଜଙ୍ଗଲ ଜମି ଓ ପଟା ଜମିକୁ ଜବରଦଖଲ କରି ଚାଷ କରୁଥିବା ସହ ଜୀବନ ରୁ ମାରିଦେବାକୁ ଧମକ ଦେଉଥିବା ସମ୍ପର୍କରେ ସୁନାବେଡା ଗ୍ରାମବାସୀ ସ୍ଥାନୀୟ ପୁଲିସ ଏବଂ ତହସିଲ କୁ ଗତ ଅକ୍ଟୋବର ମାସରେ ଲିଖିତ ଅଭିଯୋଗ କରିବା ପରଠାରୁ ଉଭୟ ରାଜ୍ୟ ସରକାର ଙ୍କ ଚିନ୍ତା ବଢ଼ାଇ ଦେଇଥିଲେ ମଧ୍ୟ କୈାଣସି ସମାଧାନର ବାଟ ବାହାରିପାରିନାହିଁ ା ଦୁଇ ରାଜ୍ୟର ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହୁଛି । ଏପରି ସ୍ଥିତିରେ ସୋମବାର କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ , ଜିଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ , ଜିଲାପରିଷଦ ଅଧ୍ୟକ୍ଷ ତୁଳସୀ କିର୍ସାନୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି , ଜିଲା ପରିଷଦ ସଭ୍ୟ ଲଇଚନ ଖରା ପ୍ରମୁଖ ସୁନାବେଡା ଗ୍ରାମ ଛକ ଠାରୁ ୬୦୦ ମିଟର ଦୂରରେ ରହିଥିବା ଆମ୍ବ ଗଛ ନିକଟରେ ପହଞ୍ଚି ସୀମା ବିବାଦ ସମ୍ପର୍କରେ ଓଡ଼ିଶାର ଦୁଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ପଞ୍ଚାୟତର ସରପଞ୍ଚଙ୍କ ସହ ଉକ୍ତ ବିବାଦ ସମ୍ପର୍କରେ କୌଣସି ଆଲୋଚନା କରି ନ ଥିବା ସହ ସରପଞ୍ଚଙ୍କୁ ମଧ୍ୟ ଗସ୍ତ ସମ୍ପର୍କରେ ସୂଚନା ଦେଇ ନ ଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମୟରେ ଆନ୍ଧ୍ରକୁ ଓଡ଼ିଶାର ଇଞ୍ଚେ ମାଟି ମଧ୍ୟ ଦେବୁ ନାହିଁ, ଆବଶ୍ୟକ ପଡିଲେ ସୀମା ବିବାଦକୁ ନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଶାସକ ଦଳର ନେତାମାନେ ଚେତାବନୀ ଦେଇଥିଲେ ା ଓଡିଶାର ଦୁଇ ଗ୍ରାମବାସୀ ଯେତିକି ପର୍ୟ୍ୟନ୍ତ ଚାଷ କରୁଛନ୍ତି ସେତିକି ପର୍ୟ୍ୟନ୍ତ ଆନ୍ଧ୍ର ଓଡିଶା ସୀମା ଚିହ୍ନଟ କରାଯିବ ବୋଲି ଉପରୋକ୍ତ ରାଜନେତା ଓ ବିଧାୟକ ପ୍ରତିଶ୍ରୁତି ଦେଇ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି ା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories