www.samajalive.in
Monday, December 8, 2025
27.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା: ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ

ଭୁବନେଶ୍ୱର: ରାଜନୀତିରେ ହିଂସାର ଆଦୈା ସ୍ଥାନ ନାହିଁ। ଅସାମାଜିକ ନେତୃତ୍ୱ କାରଣରୁ ରାଜ୍ୟସାରା ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ରାଜନୈତିକ ବିଦ୍ୱେଷ ଭାବ ବୃଦ୍ଧି ପାଇଚାଲିଛି। ବିଶେଷ ଭାବେ ରାଜ୍ୟରେ ଶାସକ ବିଜୁ ଜନତା ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ବିରୋଧୀମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ହତ୍ୟା ମଧ୍ୟ କରାଯାଉଛି। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ଗଣତନ୍ତ୍ର ପ୍ରତି ବିରାଟ ବିପଦ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି।
ଗତ ୨ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗାଠରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀ  ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ଯେଉଁ ଭଳି ଭାବେ ସଂଘବଦ୍ଧ ହୋଇ ହତ୍ୟା କଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ବୋଲି ଶ୍ରୀ ସିଂ କହିଛନ୍ତି।

ପୋଲିସ ଥାନାରେ ଦାଖଲ ଏଫଆଇଆର ଆଧାରରେ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ନେତୃତ୍ୱରେ ତରଫରୁ ସ୍ଥାନୀୟ ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ଜିଲ୍ଲାର ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରେଜ୍ୟାତି ଜଗଦ୍ଦେବ, ଅରୁଣ ପୁରୋହିତ, ରାମଚନ୍ଦ୍ର ରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ, ଶଶୀପ୍ରଭା ରଥ, ଅଂଜନ ନାଥ, ଦାମୋଦର ବେହେରା, ଯତୀନ୍ଦ୍ର ମହାନ୍ତି, ବିଜୟ ରାଉତ, ଦେବେନ୍ଦ୍ର ପତି, ମନ୍ଦାକିନୀ ପାତ୍ର, ତୃପ୍ତିମୟୀ ମକଦ୍ଦମ, ମାନସୀ ମଂଜରୀ ରାୟ, ସୁଭାଷିନୀ ପୃଷ୍ଟି, ପଦ୍ମାବତୀ ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories