www.samajalive.in
Tuesday, December 9, 2025
16.1 C
Bhubaneswar

ମନୋମୁଗ୍ଧକର ଟାଇଗର ହିଲ୍‌

ଭ୍ରମଣ ପାଇଁ ସୌନ୍ଦର୍ୟ୍ୟମୟ ସ୍ଥାନ ଦାର୍ଜିଲିଙ୍ଗ। ଏଠାରେ ବୁଲିବା ପାଇଁ ପୃଥିବୀବାସୀଙ୍କୁ ପ୍ରକୃତି ବହୁ ସୁନ୍ଦର ସୁନ୍ଦର ସ୍ଥାନ ଦେଇଛି।
ଟାଇଗର ହିଲ୍‌ –
ଏଠାରେ ସୂର୍ୟ୍ୟ ଉଦୟ ହେବା ସମୟର ଦୃଶ୍ୟ ମନକୁ ଏକ ଅପୂର୍ବ ଶାନ୍ତି ପ୍ରଦାନ କରିଥାଏ। ସୂର୍ୟ୍ୟ କିରଣ କାଞ୍ଚନଜଂଘା ପର୍ବତ ଶିଖରର ବରଫାବୃତ ଅଞ୍ଚଳରେ ପଡ଼ିବା ସମୟର ଦୃଶ୍ୟ ଆହୁରି ମନୋମୁଗ୍ଧକର।
ଦୁଆର – ଚା’ ବଗିଚା
ସାରା ଦୁନିଆରେ ଦାର୍ଜିଲିଙ୍ଗ ମୁଖ୍ୟତଃ ନିଜର ଚା’ ବଗିଚା ପାଇଁ ବେଶ ପ୍ରସିଦ୍ଧ। ଏହି ସ୍ଥାନ ମଧ୍ୟ ବୁଲିବା ପାଇଁ ଖୁବ ଉପଯୋଗୀ। ଦୁଆରର ଚାରିପାଖରେ ଚା’ର ବାସ୍ନା ଓ ସବୁଜକ୍ଷେତ୍ରର ଦୃଶ୍ୟ କେବଳ ବହି, ସିନେମା ଆଦିରେ ଦେଖାଯାଉଥିବା ଦୃଶ୍ୟଠାରୁ ଆହୁରି ସୁନ୍ଦର ଓ ସ୍ମରଣୀୟ।
କଲିମ୍ପୋଙ୍ଗ – ଧାର୍ମିକ ସ୍ଥାନ
କଲିମ୍ପୋଙ୍ଗରେ ଥିବା ଜ୍ୟାଙ୍ଗ୍‍ ଧୋକ୍‍ ପାଲରି ଫୋଦାଙ୍ଗ ଖୁବ ସୁନ୍ଦର ଏବଂ ପ୍ରସିଦ୍ଧ। ଏଠାରେ ବହୁ ଦୁର୍ଲ୍ଲଭ ଧର୍ମଗ୍ରନ୍ଥମାନ ରହିଛି । ଯାହା ୧୯୫୯ ମସିହାରେ ତିବତ୍‍ ଠାରୁ ଭାରତ ଅଣାଯାଇଥିଲା। କିଛି ସମୟ ଏଠାରେ ବସିଲେ ମାନସିକ ଶାନ୍ତି ମିଳିଥାଏ।
ଏହି ସବୁ ସ୍ଥାନ ବ୍ୟତୀତ ପିସ୍‍ ପେଗୋଡ଼ା ମନ୍ଦିର, ତିସ୍ତା, ଟ୍ରେ ଟ୍ରେନ ଏଭଳି ବହୁ ସ୍ଥାନ ରହିଛି, ଯାହା ଭ୍ରମଣ ପାଇଁ ଉତ୍ତମ ସ୍ଥଳ ଭାବରେ ମାନ୍ୟତା ପାଇଛି।
ଗମନାଗମନ ଦୃଷ୍ଟିରୁ ଏଠାକାର ନିକଟତର ବିମାନବନ୍ଦର ବାଗଡ଼ୋଗରା। ଏଠାରୁ ଟ୍ୟାକ୍ସିରେ ସହଜରେ ଦାର୍ଜିଲିଙ୍ଗରେ ପହଞ୍ଚି ପାରିବେ।
ନିକଟତର ରେଳ ଷ୍ଟେସନ ନ୍ୟୁ – ଜଲପାଇଗୁଡ଼ୀ । ଏଠାରୁ ମଧ୍ୟ ବସ ଏବଂ ଟ୍ୟାକ୍ସିରେ ସହଜରେ ଦାର୍ଜିଲିଙ୍ଗ ଯାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories