www.samajalive.in
Monday, December 8, 2025
27.1 C
Bhubaneswar

ତଥ୍ୟ ଦାଖଲରେ ବିଫଳ ହେଲେ ବ୍ୟକ୍ତିଗତ ଭାବେ ହାଜର ହେବେ ରାଜ୍ୟ ଗୃହ ସଚିବ

ନୂଆଦିଲ୍ଲୀ : ଓଡ଼ିଶାରେ ଶିଶୁ ନିଖୋଜ ଘଟଣା ଏବଂ ତାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ଗୃହବିଭାଗକୁ ନିର୍ଦେଶ ଜାରି କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୦ ସୁଦ୍ଧା ତଥ୍ୟ ଦାଖଲରେ ବିଫଳ ହେଲେ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଓ କଟକ କ୍ରାଇମବ୍ରାଞ୍ଚ ଏସପି ପରବର୍ତ୍ତୀ ମାର୍ଚ୍ଚ ୧୭ ଶୁଣାଣିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରାଜ୍ୟର ବାସ୍ତାବିକ ସ୍ଥିତି ବିଷୟରେ ଏନଏଚଆରସିଙ୍କୁ ଅବଗତ କରାଇବେ ବୋଲି ନିର୍ଦେର୍ଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଓଡ଼ିଶାରେ ଶିଶୁଙ୍କ ନିଖୋଜ ମାମଲା ବୃଦ୍ଧିକୁ ରୋକିବା ଲାଗି ମାନବାଧିକାରକର୍ମୀ ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ଏନଏଚଆରସି ରାଜ୍ୟ ସରକାରଙ୍କଠାରୁ ବାସ୍ତବିକସ୍ଥିତି ଜାଣିବାକୁ ତଥ୍ୟ ଲୋଡ଼ିଛନ୍ତି।
ଏନଏଚଆରସିରେ ୨୦୧୬ରୁ ଶିଶୁ ନିଖୋଜ ସମ୍ପର୍କିତ ଏହି ମାମଲାଟି ବିଚାରଧିନ ରହିଛି। ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ରାଜ୍ୟରେ ଲଗାତର ପିଲା ଚୋରି ଏବଂ ପରେ ସେମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରାଯିବା ଘଟଣାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ଅନେକ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ବୋଲି ଆଡଭୋକେଟ ତ୍ରିପାଠୀ ଦର୍ଶାଇଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories