www.samajalive.in
Monday, December 8, 2025
20.1 C
Bhubaneswar

ବ୍ରିସ୍‌ବେନ୍ ଟେଷ୍ଟକୁ ନେଇ ପ୍ରଶ୍ନବାଚୀ

ମେଲ୍‌ବୋର୍ଣ୍ଣ  : ଚଳିତମାସ ୧୫ରୁ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ବ୍ରିସ୍‌ବେନ୍‌ରେ ଖେଳିବାର ଅଛି। ତେବେ ଭାରତୀୟ କ୍ରିକେଟ୍‌ ଦଳ ଓ କ୍ବିନ୍‌ସଲାଣ୍ଡ ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଏହି ମ୍ୟାଚ୍‌ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ; ଏବେ ନ୍ୟୁ ସାଉଥ୍‌ ୱେଲ୍‌ସ (ସିଡ୍‌ନୀ)ରେ କୋଭିଡ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି। ତେଣୁ କ୍ବିନ୍‌ସଲାଣ୍ଡ (ବ୍ରିସ୍‌ବେନ୍‌) ସରକାର ନ୍ୟୁ ସାଉଥ୍‌ ୱେଲ୍‌ସ ସହ ଏହାର ସୀମାକୁ ସିଲ୍‌ କରିଦେଇଛି।
କ୍ବିନ୍‌ସଲାଣ୍ଡ ସରକାର ସର୍ତ୍ତ ରଖିଛନ୍ତି ଯେ ସାଉଥ୍‌ ୱେଲ୍‌ସ (ସିଡ୍‌ନୀ)ରୁ ଯିଏ ବି କ୍ବିନ୍‌ସଲାଣ୍ଡ (ବ୍ରିସ୍‌ବେନ୍‌) ଆସିବେ; ତାଙ୍କୁ ସିଡ୍‌ନୀରେ ହେଉ ବା ବ୍ରିସ୍‌ବେନ୍‌ରେ ହେଉ; ସଂଗରୋଧ କାଟିବାକୁ ପଡ଼ିବ। ତେଣୁ ଭାରତ ଓ ଅ​‌େ​‌ଷ୍ଟ୍ରଲିଆ ଦଳ ବିମାନରେ ସିଡ୍‌ନୀରୁ ବ୍ରିସ୍‌ବେନ୍ ଗ​‌େ​ଲ ମଧ୍ୟ ଉଭୟ ଦଳଙ୍କ ଲାଗି ସମାନ ନିୟମ ଲାଗୁ କରାଯିବ। ଖେଳାଳି ହୋଟେଲ-ଷ୍ଟାଡିୟମ୍‌-ହୋଟେଲ ଛଡ଼ା ଅନ୍ୟ କୁଆଡ଼େ ଯାଇ ପାରିବେନାହିଁ। ହେଲେ ଭାରତୀୟ ଦଳ ଏହାକୁ ମାନିବାକୁ ରାଜିନୁହେଁ। ଦଳ ପକ୍ଷରୁ କୁହାଯାଉଛି; ଭାରତୀୟ ଖେଳାଳି ଲକ୍‌ଡାଉନ୍/ସଟ୍‌ଡାଉନ୍‌ ଯୋଗୁଁ ୬ ମାସ ହେଲା ସେମାନେ ଘରେ ଥିଲେ। ପରେ ଆଇପିଏଲ୍‌ ଖେଳିବା ପୂର୍ବରୁ ସେମାନେ ୟୁଏଇରେ ୧୪ ଦିନ ସଂଗରୋଧରେ ରହିଲେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପୁଣି ସେମାନେ ୧୪ ଦିନ ସଂଗରୋଧରେ ରହିଥିଲେ। ତେଣୁ ସେମାନେ ଆଉ ଦିନେ ମଧ୍ୟ ସଂଗରୋଧରେ ରହିବାକୁ ରାଜିନୁହନ୍ତି। ଜବାବରେ କ୍ବିନ୍‌ସଲାଣ୍ଡ ସରକାର କହିଛନ୍ତି, ଭାରତୀୟ କ୍ରିକେଟରଙ୍କୁ କଠିନ କୋଭିଡ୍‌ ନିୟମ ମାନିବାକୁ ପଡ଼ିବ। କ୍ବିନ୍‌ସଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ରସ୍ ବେଟ୍‌ସ ଖୋଲାଖୋଲି କହିଛନ୍ତି, ଯଦି ଭାରତୀୟ ଦଳ ନିୟମ ମାନି ଖେଳିବାକୁ ରାଜି ନହୁଅନ୍ତି; ତେବେ ସେମାନେ ବ୍ରିସ୍‌ବେନ୍‌ ଆସନ୍ତୁନାହିଁ। ଜଣେ ମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ପରେ ଭାରତୀୟ ଦଳ ମ୍ୟାନେଜମେଣ୍ଟ ବେଶ୍‌ କ୍ଷୁବ୍‌ଧ ହୋଇଛି। ବ୍ରିସ୍‌ବେନ୍ ନ ଯାଇ; ଯଦି ୪ର୍ଥ ଟେଷ୍ଟ ସିଡ୍‌ନୀରେ ଖେଳିବାକୁ କୁହାଯାଏ; ତେବେ ସେମାନେ ଖେଳିବାକୁ ପ୍ରସ୍ତୁତ। ହେଲେ ଆଉ ଦିନେ ମଧ୍ୟ ସଂଗରୋଧରେ ରହିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories