www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଦେହଜନକ ଭାବେ ଯୁବତୀ ଉଦ୍ଧାର ମାମଲାରେ ଅଭିଯୁକ୍ତ ଗିରଫ, ଦୁଷ୍କର୍ମକୁ ପୁଲିସର ଅସ୍ୱୀକାର

ନବରଙ୍ଗପୁର: ବହୁ ଚର୍ଚ୍ଚିତ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜୈନେକ ଯୁବତୀକୁ ସନ୍ଦେହଜନକ ଭାବେ କାଜୁ ବାଡରୁ ଉଦ୍ଧାର ମାମଲାରେ ଅଭିଯୁକ୍ତ କଂଗ୍ରାଗ୍ରାମର ରାଜେନ୍ଦ୍ର ବାଘକୁ ପୁଲିସ ଗିରଫ କରିଛି। ଏ ସଂପର୍କରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ସେ କହିଛନ୍ତି। ଦୁଇଜଣ ଗୋଟିଏ ଗାଁର ହୋଇଥିବା ବେଳେ ବହୁବର୍ଷ ଧରି ପରସ୍ପର ଭଲ ପାଉଥିଲେ ଓ ଶାରୀରିକ ସଂପର୍କ ରହିଥିଲା। ରାଜେନ୍ଦ୍ର ଗତ ୨୦୧୭ମସିହାରେ ଅନ୍ୟଜଣକୁ ବିବାହ କଲା। ଯୁବତୀ ମଧ୍ୟ ଅନ୍ୟ ଯୁବକଜଣ ସହିତ ପଳାଇଥିଲା। ତଥାପି ଦୁଇଙ୍କର ପରସ୍ପର ସଂପର୍କ ରହିଥିଲା। ତେବେ ଏକମାସ ରହିବା ପରେ ଯୁବତୀ ପୁଣି କଂଗ୍ରା ଗାଁ ଘରକୁ ଚାଲିଆସିଥିଲା। ଏହାପରେ ପୁଣି ଦୁଇଜଣଙ୍କର ଶାରୀରିକ ସଂପର୍କ ଆରମ୍ଭ ହୋଇଥିଲା। ତେବେ ୩୧ ତାରିଖରାତ୍ରରେ ଯୁବତୀ ରାଜେନ୍ଦ୍ରକୁ କାଜୁବାଡରେ ଭେଟିବା ପରେ ତାକୁ ବିବାହ କରି ରଖିବାକୁ ବାଧ୍ୟ କରିଥିଲା। ଏହାକୁ ନେଇ ଦୁଇଜଣଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। କ୍ରୋଧରେ ରାଜେନ୍ଦ୍ର ନିକଟରେ ଥିବା ଏକ ବାଉଶଁ ବାଡିରେ ଯୁବତୀର ମୁଣ୍ଡରେ ବାଡାଇ ଚାଲିଆସିଥିଲା। ଫଳରେ ଯୁବତୀ ସେଠାରେ ଅଚେତ ହୋଇପଡି ରହିଥିଲା। ୧ତାରିଖ ସକାଳେ ତାକୁ ଉଦ୍ଧାର କରାଯାଇଥିଲା। ତେବେ ଯୁବତୀକୁ ଦୁଷ୍କର୍ମ କରି ନ ଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏ ସଂପର୍କରେ ଡାକ୍ତରଖାନାର ରିପୋର୍ଟ ମଧ୍ୟ ମିଳିଥିବା କହିଛନ୍ତିା ପୁଲିସ ପକ୍ଷରୁ ଥାନାରେ କେସ ନମ୍ବର ୧/୨୧ରେ ମାମଲା ରୁଜୁ କରି ୩୦୭ ଧାରା ଲଗାଇ ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରାଯାଇଛି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories