www.samajalive.in
Monday, December 8, 2025
27.1 C
Bhubaneswar

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ

ଫୁଲବାଣୀ/ବ୍ରାହ୍ମଣୀଗା: ଦେଶବ୍ୟାପି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ। ଦୀର୍ଘଦିନ ହେଲା କୃଷକମାନେ ଥଣ୍ଡା କାକରରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଥିବା ବେଳେ ସର୍ବଭାରତ ସ୍ତରରେ କାର୍ଯ୍ୟରତ ପୂଣ୍ୟକୃଶ ସଂଘର ସେବା ଭଗ୍ନୀମାନେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସନ୍ଧ୍ୟାରେ ବ୍ରାହ୍ମଣୀଗାଁ ଠାରେ କ୍ୟାଣ୍ଡେଲ ଜାଳି ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି କ୍ୟାଣ୍ଡେଲ ଜାଳିଥିଲେ। ମୂଖ୍ୟ ପରିଚାଳିକା ସିଷ୍ଟର ଫାତିମା, ସିଷ୍ଟର ଉର୍ସୁଲା, ସିଷ୍ଟର ଲିଲି, ସିଷ୍ଟର ଲିସା ଓ ଅନ୍ୟ ସହଯୋଗୀ ସେବାଭଗ୍ନୀ ଓ କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories