www.samajalive.in
Monday, December 8, 2025
27.1 C
Bhubaneswar

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମାଲକାନଗିରି ଜିଲା ଗସ୍ତ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସହିତ ମାଲକାନଗିରି ଏୟାର ଷ୍ଟ୍ରିପ୍‌ ସହିତ ଦାନିଗୁଡ଼ାଠାରୁ ସିନ୍ଦି୍ରମଲ ଗ୍ରାମପଞ୍ଚାୟତସ୍ଥିତ କନ୍ୟାଶ୍ରମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା, କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ଯତ୍ନ କେନ୍ଦ୍ର, କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୂର୍ତ୍ତ ବିଭାଗ ରାସ୍ତାଠାରୁ କୋରୁକୋଣ୍ଡା ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ପୋଟରେଲ୍‌ ଗ୍ରାମପଞ୍ଚାୟତ ଅଧୀନସ୍ଥ ଚିତପରି ଗ୍ରାମର ଜଳାଶୟ ନିକଟରେ ରାସ୍ତା, ତର୍ଲାକୋଟା ଗ୍ରାମପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଏବଂ ତର୍ଲାକୋଟା ମଡେଲ୍‌ ଅଙ୍ଗନବାଡ଼ି କେନ୍ଦ୍ର ଆଦି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

 

- Advertisement -

ଏଥି ସହିତ ମନ୍ତ୍ରୀ ବାଲିମେଳା ଜଳବିଦୁ୍ୟତ କେନ୍ଦ୍ର (ଓଏଚ୍‌ପିସି) ବୁଲି ଦେଖିଥିଲେ। ଇଲେକ୍‌ଟିସିଟି ଉତ୍ପାଦନ ପ୍ଲାଣ୍ଟ ବୁଲି ଦେଖିବା ସହ ଓଏଚ୍‌ପିସି କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ଅଧୀନରେ ହାତକୁ ନେଇଥିବା କାର୍ଯ୍ୟ ସାଧାରଣ ଜନତାଙ୍କ ନିକଟରେ କେତେ ପହଞ୍ଚିପାରିଛି ସେ ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହେବ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories