www.samajalive.in
Monday, December 8, 2025
17.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୁଆଁପଲ୍ଲୀ ବିଟ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ଜଣେ ବୃଦ୍ଧ ଆହତ ହୋଇଥିବା ଜଣାଯାଇଛି । ନୂଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ରାମପାଦ ମନ୍ଦିରରେ ରହୁଥିବା ବାବା ଚୈତନ୍ୟ ମହାରାଜ(୬୫ ) ଆଜି ଅପରାହ୍ନ ସାଡେ ପାଞ୍ଚଟା ସମୟରେ ନୂଆପଲ୍ଲୀରୁ କ୍ଷୀର ଓ ଚା’ ଗୁଣ୍ଡ ଧରି ଚାଲି ଚାଲି ରାମପାଦ ଫେରୁଥିବା ବେଳେ ଦନ୍ତା ହାତୀଟିଏ ତାଙ୍କ ପଛ ପଟୁ ଆସି ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଫଳରେ ବାବାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କର ବାମ ଜଙ୍ଘର ହାଡ଼ ଭାଙ୍ଗି ଯାଇଥିଲା। ବୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ରେଞ୍ଜର ଫକୀର ଚରଣ ବେହେରା ମେଡିକାଲରେ ପହଞ୍ଚି ଚୈତନ୍ୟ ବାବାଙ୍କ ସ୍ୱାସ୍ଥ୍ୟାଵସ୍ଥା ବୁଝିବା ସହ ଚିକିତ୍ସା ନିମନ୍ତେ ତୁରନ୍ତ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories