www.samajalive.in
Tuesday, December 9, 2025
16.1 C
Bhubaneswar

କୁକୁର କାମୁଡ଼ାରେ ବର୍ଷକୁ ମରୁଛନ୍ତି ୨୦ ହଜାର, ମସ୍ତିଷ୍କ ସଂକ୍ରମଣକାରୀ ପ୍ରୋଟିନ୍ ଚିହ୍ନଟ

ଭୁବନେଶ୍ବର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ବରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ୪୦ ପ୍ରତିଶତ ୧୫ ବର୍ଷରୁ କମ୍‌ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି। କୁକୁର କାମୁଡିବା ପରେ ଅନେକ ହସ୍ପିଟାଲ ନଯିବା ହେତୁ ପରବର୍ତ୍ତୀ ସମୟରେ ମୃତ୍ୟୁମୁଖକୁ ଚାଲି ଯାଉଛନ୍ତି।

ଜଳାନ୍ତକ ରୋଗୀ ସଂକ୍ରାନ୍ତରେ ଦେଶର ତିନିଟି ଜୀବ ବିଜ୍ଞାନ ସଂସ୍ଥାନ ଜୀବ ବିଜ୍ଞାନ ସଂସ୍ଥାନ (ଆଇଏଲ୍‌ଏସ୍‌) ଭୁବନେଶ୍ବର, ମୁମ୍ବଇ ଭେଟେରିନାରୀ କଲେଜ ଏବଂ ମୁମ୍ବଇ ଆଣ୍ଡ୍‌ ହାଫିକିନ୍ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକ ଗବେଷଣା ଜାରି ରଖିଛି। ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡ. ଅମୋଲରତ୍ନାକର କହିଛନ୍ତି, କୁକୁର କାମୁଡିକା ଦ୍ବାରା ଲାଳରୁ ମଣିଷ ଶରୀରକୁ ଭୂତାଣୁ ପ୍ରବେଶ କରିଥାଏ। ପରେ କିପରି ମସ୍ତିଷ୍କ ପର୍ୟ୍ୟନ୍ତ ଯାଇ ମୃତ୍ୟୁର କାରଣ ପାଲଟୁଛି ସେ ସଂକ୍ରାନ୍ତ ଗବେଷଣା ଚାଲିଛି। କୁକୁର କାମୁଡିବାର ୨୦ରୁ ୯୦ଦିନ ମଧ୍ୟରେ ଭୂତାଣୁ ଶରୀର ଭିତରେ ସଂକ୍ରମଣ କରିଥାଏ। ଏହି ସମୟରେ ମଣିଷ କିଛି ଜାଣିପାରେନାହିଁ କି କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ। ୯୦ ଦିନ ପରେ ଲକ୍ଷଣ ପ୍ରକାଶ ପାଇଥାଏ। ଯାହାକି ରୋଗୀ ଗୁରୁତର ହୋଇ ପଡିବା ସହ ମୃତ୍ୟୁବରଣ କରିବା ଶତପ୍ରତିଶତ ଆଶଙ୍କା ହୋଇଯାଏ। ମସ୍ତିଷ୍କକୁ ଭୂତାଣୁ ପ୍ରବେଶ କରି କିପରି ସଂକ୍ରମଣ କରୁଛି ତା’ଉପରେ ପ୍ରୋଟିନ୍ ମିଳିଛି; ତଥାପି ଏହାରି ଉପରେ ଅଧିକ ଗବେଷଣା ଜାରି ରହିଥିବ ଡ ଅମୋଲରତ୍ନାକର ଏବଂ ସୁଚିସ୍ମିତା ବେହେରାଙ୍କ ମିଳିତ ଗବେଷଣାରୁ ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories