www.samajalive.in
Tuesday, December 9, 2025
16.1 C
Bhubaneswar

ପୀଡ଼ିତାଙ୍କ ଫଟୋ ଓ ଭିଡିଓ ପ୍ରକାଶନ ଉପରେ କଟକଣା

ନୂଆଦିଲ୍ଲୀ: ପୀଡ଼ିତାଙ୍କ ଫଟୋ କିମ୍ବା ଭିଡିଓ ପ୍ରକାଶ କରିବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ବିହାରର ମୁଜାଫରପୁର ଆଶ୍ରୟସ୍ଥଳରେ ନାବାଳିକାଙ୍କ ଉପରେ ହୋଇଥିବା ଅତ୍ୟାଚାର ଘଟଣାରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଏଥିସହିତ ବିହାର ଓ କେନ୍ଦ୍ରସରକାରଙ୍କୁ ମଧ୍ୟ ଏହି ମର୍ମରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ଏହି ଘଟଣାରେ ଉଦ୍‍ବେଗ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସେହି ଅନାଥାଶ୍ରମରୁ ଉଦ୍ଧାର ହୋଇଥିବା କିଛି ନାବାଳିକାଙ୍କ ସାକ୍ଷାତକାର ଓ ଫଟୋ କେତେକ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଥିବା ଦେଖାଯାଉଛି। ସାକ୍ଷାତକାର ଜରିଆରେ ସେମାନଙ୍କୁ ଘଟଣା ସମ୍ପର୍କରେ ସ୍ମରଣ କରିବା ପାଇଁ ବାଧ୍ୟ କରାଯାଉଛି। ଏହାଦ୍ୱାରା ସେମାନଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇପାରେ। ତେଣୁ ଏଭଳି କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories