www.samajalive.in
Monday, December 8, 2025
20.1 C
Bhubaneswar

ବୌଦ୍ଧର ସଂଗ୍ରହାଳୟ ପାଇଁ ଆସିଲା ପରଗଳପୁର ଓ ଶ୍ୟାମସୁନ୍ଦରପୁରରୁ ବୁଦ୍ଧଙ୍କ କିର୍ତ୍ତିରାଜୀ

ବୌଦ୍ଧ: ବୌଦ୍ଧ ରାଜତନ୍ତ୍ର ସମୟର ଶହେବର୍ଷର କଚେରୀ କୋଠାକୁ ଜିଲା ସଂଗ୍ରହାଳୟର ରୂପ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଜାନୁୟାରୀ ୨ ତାରିଖରେ ବୌଦ୍ଧ ଜିଲା ଗଠନର ୨୭ତମ ସ୍ୱନକ୍ଷତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ପ୍ରଥମ ଜିଲା ସଂଗ୍ରହାଳୟ ଭାବରେ ଏହାକୁ ଉଦଘାଟନ କରାଯିବ। ସଂଗ୍ରହାଳୟ ମଧ୍ୟରେ ରାଜା ରାଜୁଡା ସମୟର ସ୍ମୃତି ଚିହ୍ନ ସହିତ ଜିଲାର କଳା ସଂସ୍କୃତି, ହସ୍ତକଳା, ପ୍ରାଚୀନ କୀର୍ତ୍ତିରାଜୀ, ରାଜାଙ୍କ ଶାସନ ସମୟର ଦୁର୍ଲଭ ସାମଗ୍ରୀ, ଜିଲାର ହସ୍ତଶିଳ୍ପ ଓ କାରିଗରୀ, କଳା ସଂସ୍କୃତି, ପୁରାତନ ପୋଥି, ଦସ୍ତାବିଜ, ଫଟୋଚିତ୍ର ଓ ପୁସ୍ତକ ଆଦି ସ୍ଥାନ ପାଇବ ବୋଲି ଜଣାପଡିଛି। ସଂଗ୍ରହାଳୟକୁ ୧୬ ଗୋଟି ବିଭାଗରେ ବିଭକ୍ତ କରାଯାଇ ରାଜକୀୟ କକ୍ଷ, ଟେରାକୋଟା, ମୁଦ୍ରା ଓ ପୋଥିଲେଖ ବିଭାଗ, ଚାରୁ ଓ ଚାରୁକଳା ପ୍ରକୋଷ୍ଠ, ପରମ୍ପରାଗତ ସଙ୍ଗିତ ଓ ନୃତ୍ୟକଳା, ପର୍ଯ୍ୟଟନ ପ୍ରକୋଷ୍ଠ, ଉନ୍ନୟନ ମୂଳକ ପ୍ରକଳ୍ପ, ଜିଲାର ଖ୍ୟାତିସଂପର୍ଣ୍ଣ ବ୍ୟକ୍ତିବିଶେଷ, ଜନଜାତି ପ୍ରକୋଷ୍ଠ, ହସ୍ତଶିଳ୍ପ, ଶସ୍ତ୍ରଶାଳା, ଚାନ୍ଦୁଆ ଶିଳ୍ପ, ପୁରାତନ ଅଭିଲେଖାଗାର, ହସ୍ତତନ୍ତ ପ୍ରକୋଷ୍ଠ ଐତିହାସିକ ଓ ସ୍ଥାପତ୍ୟ କଳା ଏବଂ ସ୍ମରଣିକା ଆଦି ସ୍ଥାନ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

- Advertisement -

ପ୍ରତ୍ୟେକ ପ୍ରକୋଷ୍ଠକୁ ଇଣ୍ଟରିୟର ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ସଂଗୃହୀତ ସାମଗ୍ରୀ ଗୁଡିକୁ ସେଥିରେ ସଜାଇ ରଖାଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲାର ଅନେକ ବ୍ୟକ୍ତିବିଶେଷ ନିଜ ଘରେ ରହିଥିବା ପୂରାତନ ସାମଗ୍ରୀ ଗୁଡିକୁ ସଂଗ୍ରହାଳୟ ପାଇଁ ପ୍ରଦାନ କରିଥିବାବେଳେ ପ୍ରଶାସନ ପକ୍ଷରୁ କାରୀଗରଙ୍କ ସହାୟତାରେ ଅନେକ ସୁଦୃଶ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ପ୍ରାଚୀନ କିର୍ତ୍ତିରାଜୀ ଭାବରେ କଣ୍ଟାମାଳ ବ୍ଲକ ମନମୁଣ୍ଡା ନିକଟସ୍ଥ ଅସୁରଗଡ ପାହାଡରୁ ସଂଗୃହୀତ ସାମଗ୍ରୀ ସହିତ ହରଭଙ୍ଗା ବ୍ଲକର ପରଗଳପୁର ଓ ଶ୍ୟାମସୁନ୍ଦରପୁରରୁ ଏକ ପ୍ରାଚୀନ ମୂର୍ତ୍ତି ସହ ପ୍ରସ୍ତର ଖଣ୍ଡକୁ ଆଣି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ହରଭଙ୍ଗା ବିଡିଓଙ୍କ ଉପସ୍ଥିତିରେ ଏହି ପ୍ରାଚୀନ କିର୍ତ୍ତିରାଜୀକୁ ଗ୍ରାମବାସୀମାନେ ସଂଗ୍ରହାଳୟକୁ ଆଜି ପ୍ରଦାନ କରିଛନ୍ତି।

ସଂଗ୍ରହାଳୟ ମଧ୍ୟରେ ଦର୍ଶକମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ତେବେ ଏହି ସଂଗ୍ରହାଳୟ ୨୦୨୧ରେ ଜିଲା ପାଇଁ ଏକ ବଡ ଉପଲବ୍ଧି ହେବାକୁ ଯାଉଥିବାବେଳେ ଜିଲାବାସୀଙ୍କ ଗର୍ବର ବିଷୟ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories