www.samajalive.in
Monday, December 8, 2025
17.1 C
Bhubaneswar

ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରୁଥିବା ପାକିସ୍ଥାନରେ ସଂଖ୍ୟାଲଘୁ ଅସୁରକ୍ଷିତ, ଭାଙ୍ଗିଲେ ହିନ୍ଦୁ ମନ୍ଦିର

ଭାରତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିକରି ବିଶ୍ୱ ସମୂହର ନଜରକୁ ଆସିବାକୁ ଚେଷ୍ଟା କରୁଥିବା ପାକିସ୍ତାନରେ କିନ୍ତୁ ସଂଖ୍ୟାଲଘୁଙ୍କୁ ମିଳୁନି ନିସ୍ତାର। କେବଳ ସେତିକି ନୁହେଁ, ପୂର୍ବରୁ ସେଠାରେ ଅନେକ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ଅପହରଣ ଓ ପରେ ବିବାହ ଭଳି ବିବାଦ ପାକିସ୍ତାନ ପିଛା ଛାଡୁନଥିବା ବେଳେ ଇତିମଧ୍ୟରେ ସେଠାରେ ରହୁଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଧର୍ମ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନର କରକ ଜିଲ୍ଲାର ଖୈବର ଅଂଚଳରେ ଏକ ହିନ୍ଦୁ ମନ୍ଦିର ଉପରେ ହଜାର ହଜାର ଲୋକ ଆକ୍ରମଣ କରି ଏକ ପ୍ରକାର ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ତେବେ ସବୁଠାରୁ ସମ୍ବେଦନଶୀଳ କଥା ହେଉଛି, ସେହି ମଦିରା ଭଂଗାଯିବା ବେଳେ ସେଠାକାର ପୁଲିସ ନୀରବ ଭାବେ ଛିଡା ହୋଇ ଦୃଶ୍ୟ ଦେଖୁଥିଲା।

ପାକିସ୍ଥାନ ଡେଲି ଟାଇମ୍ସ ରିପୋର୍ଟ ମୁତାବକ, ସେହି ମନ୍ଦିର ଉପରେ ଆକ୍ରମଣ ଘଟଣାରେ ସେଠାକାର ଜଣେ ସ୍ଥାନୀୟ ଧର୍ମଗୁରୁଙ୍କ ହାତ ରହିଛି। ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓରେ ଦର୍ଶାଯାଇଛି ଯେ ଏକ ଗୋଷ୍ଠୀ ମନ୍ଦିରର କାନ୍ଥ ଓ ଛାତ ଭାଙ୍ଗୁଥିବାବେଳେ ସେଠି ମଧ୍ୟରୁ ଧୂଆଁ ବାହାରୁଛି। ସୂଚନା ମୁତାବକ, ମନ୍ଦିରର ନବୀକରଣ ପାଇଁ ହିନ୍ଦୁମାନେ ପ୍ରଶାସନଠାରୁ ଅନୁମତି ପାଇଥିଲେ କିନ୍ତୁ ସ୍ଥାନୀୟ ଧର୍ମଯାଜକ ମନ୍ଦିର ଧ୍ୱଂସ କରିବାକୁ ବ୍ୟବସ୍ଥା କରିଥିଲେ। ପାକିସ୍ତାନରେ ରହୁଥିବା ସାମ୍ବାଦିକ ମୁବାଶିର ଜଏଦିଙ୍କ ସୂତ୍ରରୁ ପ୍ରକାଶ ଯେ ଏହି ମନ୍ଦିରଟି ଭୁଶୁଡି ପଡୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀମାନେ ନିରବ ରହିଛନ୍ତି।

- Advertisement -

ପାକିସ୍ତାନ ଡିସେମ୍ବର ୭ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷ କରି ମୁସଲମାନ ତଥା ସେମାନଙ୍କର ଉପାସନା ସ୍ଥଳୀଗୁଡିକର ନିରାପତ୍ତା ତଥା ସୁରକ୍ଷା ଏବଂ ଭାରତର ବିଶ୍ୱ ଘୋଷଣାନାମା ଅନୁଯାୟୀ ପଦକ୍ଷେପ ନେବାକୁ ଭାରତକୁ ଅନୁରୋଧ କରିଥିଲା। ତେବେ ଏଭଳି ଘଟଣା ପାକିସ୍ଥାନ ପାଇଁ ନୂଆ ନୁହେଁ। ଗତ ଅକ୍ଟୋବରରେ ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ ପ୍ରଦେଶରେ ଏକ ମନ୍ଦିର ଭଙ୍ଗାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories