www.samajalive.in
Tuesday, December 9, 2025
17.1 C
Bhubaneswar

ଆସାମ ଏନଆରସି ପ୍ରଭାବ: ପଡ଼ୋଶୀ ରାଜ୍ୟ ସୀମା ସିଲ୍‍

ଗୌହ୍ୱାଟୀ: ଆସାମରେ ଏନ୍‍ଆରସି ତାଲିକା ପ୍ରକାଶ ପାଇବା ପରେ ଉତ୍ତର-ପୂର୍ବ ଭାରତ କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ତାଲିକାରୁ ବାଦ୍‍ ପଡ଼ିଥିବା ଅନେକ ବାଂଲାଦେଶୀ ଅନୁପ୍ରବେଶକାରୀ ବିତାଡ଼ିତ ହେବା ଭୟରେ ପଡ଼ୋଶୀ ରାଜ୍ୟକୁ ଚାଲିଯାଉଥିବା ଦେଖାଯାଉଛି। ଏନ୍‍ଆରସି ଏକ ଚିଠା ତାଲିକା ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଲୋକଙ୍କ ମନରୁ ଭୟ ଦୂର ହୋଇନି।
ଆସାମରୁ ଶହ ଶହ ସଂଖ୍ୟାରେ ଅନୁପ୍ରବେଶକାରୀମାନେ ମେଘାଳୟ ଓ ନାଗାଲ୍ୟାଣ୍ଡକୁ ଯାଉଥିବା ବେଳେ ସେଠାକାର ପୁଲିସ ଓ କେତେକ ଛାତ୍ର ସଂଗଠନ ସେମାନଙ୍କୁ ସୀମାରୁ ତଡ଼ି ଦେଉଥିବା ଦେଖାଯାଉଛି।
ନାଗାଲାଣ୍ଡ ସୀମାରେ ଆସାମକୁ ସଂଯୋଗ କରୁଥିବା ସମସ୍ତ ସଡ଼କ ପଥ ଓ ରେଳ ଷ୍ଟେସନ୍‍ରେ ନାଗାଲାଣ୍ଡ ପୁଲିସ୍‍ ପକ୍ଷରୁ ଚେକ୍‍ପୋଷ୍ଟ ସ୍ଥାପନା କରାଯାଇଛି। ରାଜ୍ୟ ବାହାରର କୌଣସି ବ୍ୟକ୍ତିଙ୍କୁ ବିନା ପରିଚୟପତ୍ରରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉନାହିଁ। ଏପରିକି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିନାହିଁ। ଏ ସମ୍ପର୍କରେ ନାଗାଲାଣ୍ଡ ମୁଖ୍ୟ ସଚିବ ଟେମଜେନ୍‍ ଟଏ କହିଛନ୍ତି ଯେ ଆସାମ ସରକାରଙ୍କ ସହିତ ଏ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ତେଣୁ ରାଜ୍ୟକୁ ଆସୁଥିବା ବାହାର ବ୍ୟକ୍ତିଙ୍କ ଭୋଟର ପରିଚୟ ପତ୍ର କିମ୍ବା ରାସନ କାର୍ଡ କିମ୍ବା ଆଧାର କାର୍ଡ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।
ସେହିଭଳି ମେଘାଳୟକୁ ଯାଉଥିବା ପ୍ରାୟ ୧୦୦୦ ଅନୁପ୍ରବେଶକାରୀଙ୍କୁ ସେଠାକାର ଖାସି ଷ୍ଟୁଡେଣ୍ଡ ୟୁନିୟନର ସଦସ୍ୟମାନେ ଫେରାଇ ଦେଇଛନ୍ତି। ୟୁନିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକପୋଷ୍ଟ କରାଯାଇ କଡ଼ା ପହରା ଦିଆଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories