www.samajalive.in
Sunday, December 7, 2025
15.1 C
Bhubaneswar

ଅଭାବୀ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ସୋ ଆମ ଆଇ (SAI) ଫାଉଣ୍ଡେସନ୍‍ ଦ୍ୱାରା ସ୍ୱ ଆହାର ଯୋଜନା

ଭୁବନେଶ୍ୱର : ପ୍ରବାଦ ଅନୁସାରେ, ‘ ଜଣେ ଲୋକକୁ ମାଛ ଖାଇବାକୁ ଦିଅ କିମ୍ବା ତାକୁ ଗୋଟେ ଦିନର ଖାଦ୍ୟ ଖାଇବାକୁ ଦିଅ। ଅନ୍ୟପକ୍ଷରେ ଗୋଟେ ଲୋକକୁ ମାଛ ଧରିବା ଶିଖେଇ ଦିଅ, ଯାହା ଦ୍ୱାରା ସେ ସାରାଜୀବନ ମାଛ ମାରି ନିଜେ ନିଜର ଭରଣ ପୋଷଣ କରିପାରିବ।‘ ସେହିପରି ଏକ ଅଣ-ଲାଭକାରୀ ସାମାଜିକ ସଂଗଠନ ସୋ ଆମ୍‍ ଆଇ (SAI) ଫାଉଣ୍ଡେସନ୍‍, ଓଡିଶାକୁ କ୍ଷୁଧାମୁକ୍ତ କରିବା ଦିଗରେ “ସ୍ୱ ଆହାର” ଯୋଜନା ଆରମ୍ଭ କରିଛି।

ଏହା ଦ୍ୱାରା ସହରାଂଚଳ ଓ ଗ୍ରାମାଚଂଳର ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରାଯାଇଛି। ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ, ଆଇଏଏସ୍‍, ଶ୍ରୀ ବି.କେ ପଟ୍ଟନାୟକ, ଆଇପିଏସ୍‍, ପୋଲିସ୍‍ ଡିଜି, ଅଗ୍ନିଶମ ଓ ହୋମ୍‍ଗାଡ ବିଭାଗ୍‍, ଶ୍ରୀ ସତ୍ୟଜିତ୍‍ ମହାନ୍ତିଙ୍କ ଦ୍ୱାରା ଏସ୍‍ପ୍ଲାନେଟ୍‍ ମଲ୍‍ରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ସେଠାରେ ଜଣାଶୁଣା ଭାଷାବିତ୍‍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସୋ ଆମ୍‍ ଆଇ (SAI) ଫାଉଣ୍ଡେସନର ଚେୟାରମ୍ୟାନ୍‍, ଏଚ୍‍ ଏଚ୍‍ ମହାରାଜ୍‍ ଶ୍ରୀ ପ୍ରବୀନ୍‍ ଚନ୍ଦ୍ର ଭଞ୍ଜଦେଓ, ଏଚ୍‍ ଏଚ୍‍ ମହାରାଣୀ ଶ୍ରୀମତି ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଉପସ୍ଥିତ ଥିଲେ।

- Advertisement -

ଏହି ପଦକ୍ଷେପ ଅନୁଯାୟୀ, ବେରୋଜଗାର ଜନତା ବିଭିନ୍ନ ଆୟକାରୀ ଉତ୍ସ ଯେପରି, ଭେଜ୍‍ କାର୍ଟ, ଜୁସ୍‍, ଚା କାର୍ଟ, ଚାରା ବୁକେଟ୍‍ ଷ୍ଟଲ୍‍ ଇତ୍ୟାଦି ପାଇଁ ନିୟୋଜିତ ହେବେ। ଏହି ଫାଉଣ୍ଡେସନ୍‍ର ଲକ୍ଷ୍ୟ ହେଉଛି ଅଭାବୀ ଲୋକଙ୍କୁ (ପ୍ରାୟତଃ ଅର୍ଥୋର୍ପେଡିକ୍‍ ଚ୍ୟାଲେଞ୍ଜ), ଗରିବ (ବିଧବା, ଛାଡପତ୍ର ଏବଂ କୁଶଳୀ ବୟସ୍କ) ମାନଙ୍କୁ ସେମାନଙ୍କୁ “ସ୍ୱ ଆହାର” ଯୋଜନାରେ ଅନ୍ତର୍ଭୁକ୍ତ କରିବା।

ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଆଇଏଏସ୍‍, ଶ୍ରୀ ବି.କେ ପଟ୍ଟନାୟକ କହିଛନ୍ତି, “ଓଡିଶାକୁ କ୍ଷୁଧାମୁକ୍ତ କରିବା ଦିଗରେ ଏହି ନୂତନ ଗଠିତ ଏନ୍‍ଜିଓ ଏତେ ପରିଶ୍ରମ କରିଛି। ମୁଁ ଜାଣି ଅତ୍ୟନ୍ତ ଆନନ୍ଦିତ ଯେ ସେମାନେ ଗତ ଏକ ବର୍ଷ ମଧ୍ୟରେ ନଅ ଲକ୍ଷ ଭୋଜନ ଯୋଗାଇ ଦେଇଛନ୍ତି।”

ଏହି ପଦକ୍ଷେପକୁ ପ୍ରଶଂସା କରି ପୋଲିସ୍‍ ଡିଜି, ଅଗ୍ନିଶମ ଓ ହୋମ୍‍ଗାଡ ବିଭାଗ୍‍, ସତ୍ୟଜିତ୍‍ ମହାନ୍ତି କହିଲେ, ମୁଁ ଭୁବନେଶ୍ୱର-କଟକ ପୋଲିସ କମିଶନର ଥିବା ସମୟରେ ଏହି କ୍ଷୁଧାମୁକ୍ତ ଓଡିଶା ପଦକ୍ଷେପ ବିଷୟରେ ଜାଣିଛି। ସ୍ୱ ଆହାର ଭଳି ପ୍ରଶଂସନୀୟ ପଦକ୍ଷେପର ଆଜି ଉଦ୍‍ଘାଟନ କରି ମୁଁ ଅତ୍ୟନ୍ତ ଆନନ୍ଦିତ।

ସୋ ଆମ୍‍ ଆଇ ଫାଉଣ୍ଡେସନର ସହପ୍ରତିଷ୍ଠାତା ଡକ୍ଟର ଚିଦାତ୍ମିକା ଖଟୁଆ କ୍ଷୁଧାମୁକ୍ତ ଓଡିଶା ପଦକ୍ଷେପ ବିଷୟରେ କହିଛନ୍ତି ଯେ, “ଆମେ ୧୮ ଅଗଷ୍ଟ ୨୦୧୯ ରେ ଏକ ଫୁଡ ବ୍ୟାଙ୍କରୁ ଆରମ୍ଭ କରିଥିଲୁ, ଆଜି ଭଗବାନଙ୍କ କୃପାରୁ ଆମେ ନଅ ଲକ୍ଷ ଭୋଜନ ପରିବେଷଣ କରିବା ସହ, ତିନୋଟି ଫୁଡ୍‍ ବ୍ୟାଙ୍କ ଏବଂ ଦୁଇଟି ମୋବାଇଲ୍‍ ଫୁଡ୍‍ ବ୍ୟାଙ୍କ ସହ ଫାଉଣ୍ଡେସନ ଆଗକୁ ଆଣିଛୁ। ମହାମାରୀ ହେତୁ ତାଲାବନ୍ଦ ଆମକୁ ସାରା ରାଜ୍ୟରେ ଅନେକ ବର୍ଗର ଲୋକଙ୍କୁ ସେବା କରିବାର ସୁଯୋଗ ଦେଇଥିଲା। ନିକଟରେ ଆମେ ସୋ ଆମ ଆଇ କମ୍ୟୁନିଟି ରୋଷେଇ ଘର ଆରମ୍ଭ କରିଛୁ, ଯେଉଁଠାରେ ଆମେ ୩୦ ନଭେମ୍ବର ୨୦୨୦ ଠାରୁ ୨୦୦ ଜଣ ଅଭାବୀ ଲୋକଙ୍କୁ ଖାଦ୍ୟ ପରିବେଷଣ କରିଆସୁଛୁ।”

ସ୍ୱ ଆହାର ପଦକ୍ଷେପର ଦୃଷ୍ଟିକୋଣ ବିଷୟରେ ସୋ ଆମ୍‍ ଆଇ ର ପ୍ରତିଷ୍ଠାତା ପିନାକୀ ମହାନ୍ତି କହିଛନ୍ତି , “ଖାଦ୍ୟ ଯୋଗାଇବା ସମୟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କ କଥା ମୋତେ ସ୍ପର୍ଶ କରିଥିଲା। ସେମାନେ ଭିକ ମାଗିବାକୁ ଚାହାଁନ୍ତି ନାହିଁ ବରଂ ସେମାନଙ୍କୁ ଜୀବିକା ଯୋଗାଇବାକୁ କହିଥିଲେ। ଆମର “ସ୍ୱ ଆହାର” ଯୋଜନାରେ ଅଭାବୀ ଲୋକଙ୍କୁ (ପ୍ରାୟତଃ ଅର୍ଥୋର୍ପେଡିକ୍‍ ଚ୍ୟାଲେଞ୍ଜ), ଗରିବ (ବିଧବା, ଛାଡପତ୍ର ପାଇ ଥିବା, ଏବଂ ବୟସ୍କ) ମାନଙ୍କୁ ଅନ୍ତର୍ଭୁକ୍ତ କରିବ। ଏହି ଜୀବିକା ପ୍ରକଳ୍ପ ମାଧ୍ୟମରେ ଆମେ ତାଲିମ, ଯନ୍ତ୍ରପାତ, କଞ୍ଚାମାଲ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରିବୁ। ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ରୋଜଗାର ଏବଂ ଆୟର ଉତ୍ସ ସୃଷ୍ଟି କରିବ। ତେଣୁ ଏହାକୁ ଧ୍ୟାନରେ ରଖି ଆମେ ସ୍ୱ ଆହାର ଭଳି ପଦକ୍ଷେପ ଆରମ୍ଭ କରିଛୁ ଯାହା ରାଜ୍ୟର ଗରିବ ଲୋକଙ୍କ ଦୀର୍ଘସ୍ଥାୟୀ ଜୀବିକା ସ୍ଥିରତା ସୃଷ୍ଟି କରିବ।” ଆମେ ଓଡିଶାର ଅନ୍ୟ ଜିଲ୍ଲା ତଥା ବ୍ରହ୍ମପୁର, ସମ୍ବଲପୁରରେ ଏହି ପଦକ୍ଷେପ ନେବାକୁ ଚାହୁଁଛୁ ଏବଂ ଧିରେ ଧିରେ ରାଜ୍ୟର ଗ୍ରାମାଚଂଳମାନଙ୍କ ରେ ମଧ୍ୟ ଏହି ପଦକ୍ଷେପ ଯୋଡିବୁ ବୋଲି କହିଥିଲେ।

ଶ୍ରୀ ତନୁଜ ମହାନ୍ତି, ଏମ / ଜି ମହାନ୍ତି, ଏଚ୍‍ ଏଚ୍‍ ମହାରାଜା ଶ୍ରୀ ପ୍ରବିନ ଚନ୍ଦ୍ର ଭଞ୍ଜୋଦେଓ, ମୟୁରଭଞ୍ଜ, ଏଚ୍‍ ଏଚ୍‍ ମହାରାଣୀ ଶ୍ରୀମତୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜୋଦେଓ, ଏଏଓ ଟିଭି ର ସିଇଓ, ଶ୍ରୀ କୌଶିକ ଦାସ, ଭୁବନେଶ୍ୱର ରାଉଣ୍ଡ ଟେବୁଲରର ଚେୟାରମ୍ୟାନ,ଟି. ଆର ଆୟୁସ ସାହୁ, ଶ୍ରୀ ସୁନିଲ ତନେଜା, ଶ୍ରୀ ସୁନୀଲ କିଶୋର ପୁରିଆ, ପୂର୍ଣ୍ଣିମା, ଶ୍ରୀମତୀ ସୁଲଗ୍ନା ଦାଶ ପଟ୍ଟନାୟକ, ଅଜୟ ଅଗ୍ରୱାଲ, ଶ୍ରୀମତୀ ଶ୍ୟାମା ଝା, ଶ୍ରୀମତୀ ରଶ୍ମି ଗୁପ୍ତା, ଶ୍ରୀ ସ୍ନେହାଶିସ୍‍ ଦାଶ ଓ ଏସପ୍ଲାନେଡ୍ ମଲ୍‌ ପକ୍ଷରୁ ଏହି କ୍ଷୁଧାମୁକ୍ତ ଓଡିଶା ଯୋଜନାରେ ସହଯୋଗ କରିଥିଲେ।

ସୋ ଆମ୍‍ ଆଇ ଫାଉଣ୍ଡେସନ୍‍ (SAI)

ସୋ ଆମ୍‍ ଆଇ ଫାଉଣ୍ଡେସନ୍‍ ଟ୍ରଷ୍ଟ୍‍ ଯାହାକି ଏକ ଅଣ-ଲାଭକାରି ସଂସ୍ଥା ତାହାର ମୂଳ ଲକ୍ଷ୍ୟ ହେଉଛି, ୨୦୨୫ ସୁଦ୍ଧା ନିଜର କ୍ଷୁଧାମୁକ୍ତ ଓଡିଶା ଉଦ୍ୟମ ଅଧିନରେ ଓଡିଶାରୁ କ୍ଷୁଧା ଦୂର କରିବା। ଏହି ସଂଗଠନ ରାଜ୍ୟର ବିଭିନ୍ନ ସ୍ଥାନରେ ଫୁଡ୍‍ ବ୍ୟାଙ୍କ ଗଠନ କରି ଅଭାବୀ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ଏଥିସହ ସେମାନେ ଓଡିଶାରେ ମୋବାଇଲ୍‍ ଫୁଡ୍‍ ବ୍ୟାଙ୍କ ପ୍ରବର୍ତନ କରିଛନ୍ତି। ତାଲାବନ୍ଦ ସମୟରେ ଫାଉଣ୍ଡେସନ୍‍ ସାରା ରାଜ୍ୟରେ ହଜାର ହଜାର ଅସହାୟ ଲୋକଙ୍କୁ ଶୁଖିଲା ରାସନ ଯୋଗାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories