www.samajalive.in
Thursday, December 11, 2025
27.1 C
Bhubaneswar

ଜିଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ପ୍ରତିଯୋଗିତା, ଭାଗନେଲେ ୫ ଜିଲାର ୫୦ ପ୍ରତିଯୋଗୀ

ଫୁଲବାଣୀ: ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ନେହେରୁ ଯୁବକେନ୍ଦ୍ର ଫୁଳବାଣୀ ପକ୍ଷରୁ ଜିଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ପ୍ରତିଯୋଗିତା ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିିଥିଭାବେ ନେହେରୁ ଯୁବକେନ୍ଦ୍ର ସଂଗଠନର ରାଜ୍ୟ ନିର୍ଦ୍ଦେଶକ ବିମଳ ପାଟ୍ରିକ୍‍ ସାହା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଆଇ.ପି.ଏଫ୍‍ ସାରା ଶର୍ମା, ଜିଲା ଯୁବ ଅଧିକାରୀ ସୋନପୁର ଓ କୋରାପୁଟର ରାଜ ମୃତେଶ୍‍ ପ୍ୟାଦି, ରାୟଗଡ଼ାର ଜିଲା ଯୁବ ଅଧିକାରୀ ଜେ.ଶତିଶ୍‍, ଫୁଲବାଣୀ ଜିଲା ଯୁବ ଅଧିକାରୀ ନଗ୍ନିତ୍‍ କୁମାର, ଗଜପତି ଜିଲାର ଯୁବ ଅଧିକାରୀ ବିଜୟ ମହାପାତ୍ର ପ୍ରମୁଖ ଏଥିରେ ଅତିଥିଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତ୍ୟେକ ଜିଲାରୁ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏଥିରେ ଭାଗନେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାର ବିଚାରପତି ଭାବରେ ବରିଷ୍ଠ ବୁଦ୍ଧିଜୀବି ଡ.ଅନନ୍ତ ଚରଣ ମିଶ୍ର, ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଆଇନଜୀବି ରବିନ୍ଦ୍ର ନାଥ ମିଶ୍ର ଏବଂ ଡ.ଅରୁପ କୁମାର ଜେନା ପ୍ରମୁଖ ପ୍ରତିଯୋଗୀମାନଙ୍କ ମୁଲ୍ୟାଙ୍କନ କରିଥିଲେ। କାର୍ଯ୍ୟକ୍ରମଟି ନେହେରୁ ଯୁବ ସଂଗଠନର ଏନଏସଏସ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ନେହେରୁ ଯୁବ ସଂଗଠନ ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅନୁଷ୍ଠିତ ପ୍ରତିଯୋଗିତାରେ କନ୍ଧମାଳ ଜିଲାର ପ୍ରୟନା ପରମିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୁଚିସ୍ମିତା ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଗଜପତି ଜିଲାର ସାୟଦ୍‍ ଖଦିର୍‍ ଅବଦୁଲା (ପ୍ରଥମ) ଓ ସ୍ନେହାସିସ୍‍ ପାଢୀ (ଦ୍ୱିତୀୟ) , ସୋନପୁର ଜିଲାର ସୋନାଲି ସାହା(ପ୍ରଥମ) ଓ ସରୋଜ କୁମାର ସାହୁ (ଦ୍ୱିତୀୟ) , ରାୟଗଡ଼ା ଜିଲାର ତାନ୍‍ଭି ଅଗ୍ରୱାଲା (ପ୍ରଥମ) ଓ ଝାନସି କିରନ୍‍ (ଦ୍ୱିତୀୟ) ଏବଂ କୋରାପୁଟ୍‍ ଜିଲାର ମାରିୟମ୍‍ ଆଲଭା ଅଦୁ (ପ୍ରଥମ) ଓ ଜିନା ହେନ୍ତଲ (ଦ୍ୱିତୀୟ) ସ୍ଥାନ ଅଧିକାର କରିଥିବା ଏକ ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି।

- Advertisement -

 

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories