www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ଖୁବ ପ୍ରସିଦ୍ଧ ଏହି ସ୍ଥାନ

ବହୁ ଲୋକଙ୍କୁ ଶାନ୍ତ ପରିବେଶ ଥିବା ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ବେଶ ପସନ୍ଦ କରିଥାଆନ୍ତି। ସେଭଳି ଏକ ସ୍ଥାନ ହେଉଛି ଉତ୍ତରାଖଣ୍ଡର ବିନସର। ଏହି ସ୍ଥାନ ନିଜର ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ଖୁବ ପ୍ରସିଦ୍ଧ। ପାହାଡ଼ ପର୍ବତ, ସବୁଜ ଶ୍ୟାମଳା ଭରା ପରିବେଶ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ ସ୍ୱର୍ଗ ସଦୃଶ। ଏଠାକାର ଘଞ୍ଚ ଦେବଦାରୁ ଜଙ୍ଗଲ ମଧ୍ୟରୁ ହିମାଳୟ ପର୍ବତର ସୁନ୍ଦର ଦୃଶ୍ୟ ଦୃଶ୍ୟମାନ ହୋଇଥାଏ। ଏଠାରେ ଥିବା ଉପତ୍ୟକା ଚକ୍ଷୁକୁ ଅଦ୍ଭୁତ ଶାନ୍ତି ପ୍ରଦାନ କରିଥାଏ। ବିନସର ଠାରୁ ହିମାଳୟର କେଦାରନାଥ, ଚୌଖମ୍ବା, ତ୍ରିଶୁଲ୍‍ , ନନ୍ଦା ଦେବୀ, ନନ୍ଦାକୋଟ ଆଦିର ଦୃଶ୍ୟ ଦେଖାଯାଏ। ଏହି ଦୃଶ୍ୟ ମନରେ ସର୍ବଦା ସ୍ମରଣୀୟ ଅନୁଭୂତି ହୋଇରହିଥାଏ।
ବିନସରର ଜଙ୍ଗଲରେ ନିକଟରେ ଥିବା ଅଭୟାରଣ୍ୟରେ ଅଧିକାଂଶ ଚିତାବାଘ ଦେଖାଯାଆନ୍ତି। ଚିତାବାଘ ବ୍ୟତୀତ ହରିଣ, ୨୦୦ ଠାରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ଦେଖାଯାଆନ୍ତି।
ବର୍ଷର ଯେକୌଣସି ସମୟରେ ମଧ୍ୟ ଆପଣ ଏଠାକୁ ଭ୍ରମଣ ପାଇଁ ଯାଇପାରିବେ। ଏଠାକୁ ପର୍ୟ୍ୟଟକମାନେ ଭ୍ରମଣ ପାଇଁ ଯିବାକୁ ବେଶ ପସନ୍ଦ କରିବା ସହ ମାନସିକ ଶାନ୍ତି ପାଇଥାଆନ୍ତି।
ଦିଲ୍ଲୀ ଠାରୁ ବିନସର ପ୍ରାୟ ୩୯୦ କିମି ଦୂରରେ ଅବସ୍ଥିତ। ସବୁଠାରୁ ନିକଟତମ ବିମାନବନ୍ଦର ହେଉଛି ପନ୍ତନଗର। ପନ୍ତନଗର ବିନସର ଠାରୁ ପ୍ରାୟ ୧୫୨ ଦୂରରେ ଅବସ୍ଥିତ। କାଠଗୋଦାମ ବିନସର ନିକଟତମ ରେଳ ଷ୍ଟେସନ। ଏହାର ଦୂରତା ପ୍ରାୟ ୧୨୦ କିମି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories