www.samajalive.in
Monday, December 8, 2025
27.1 C
Bhubaneswar

ଉଦୟପୁର ମଣ୍ଡି ବନ୍ଦ ପଛରେ ରହସ୍ୟ କ’ଣ – ଜନତାଙ୍କ ସ୍ବର

ପାଟଣା : ସାହାରପଡା ଲ୍ୟାମ୍ପସ ଅଧୀନରେ ଥିବା ସାହାରପଡା, ଉଦୟପୁର, ଟଭାସରୁଆ ଏବଂ ମାଛଗଡ଼ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଖରିଫ ଧାନ କ୍ରୟର ଶୁଭାରମ୍ଭ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ ମହାନ୍ତଙ୍କ ତତ୍ୱାବଧାନରେ ୨୧ତାରିଖରୁ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଥିବା ବେଳେ ୨୨ ତାରିଖ ଦିନ ଉଦୟପୁର ଧାନ ସଂଗ୍ରହ କେନ୍ଦ୍ରରେ ଧାନ କ୍ରୟ କରାଯାଇଥିଲା। ମାତ୍ର ଉକ୍ତ ଦିନ ଧାନ ସଂଗ୍ରହ ପରେ ଏକ କୁଇଣ୍ଟାଲରେ କିଲୋ ଧାନ କଟାକୁ ନେଇ ହୋଇଥିବା ଚାଷୀ ଅସନ୍ତୋଷର ବାହାନା କରି ବର୍ତ୍ତମାନ ଆଉ ସେଠାରେ ମଣ୍ଡି ଖୋଲୁ ନାହିଁ ଅଥଚ ୨୧ତାରିଖ ଦିନ ସାହାରପଡା ମଣ୍ଡିରେ ସମାନ ବିଶୃଙ୍ଖଳା ପରେ ମଧ୍ୟ ମଣ୍ଡିରେ ଧାନ କିଣା ଚାଲିଛି ଉଦ୍ଦେଶ୍ୟ ମୂଳକ ଭାବେରେ ସମବାୟ ବିଭାଗର ଅଧିକାରୀମାନେ ଉଦୟପୁର ମଣ୍ଡିକୁ ବନ୍ଦ କରି ରଖିଛନ୍ତି ବୋଲି ଚାଷୀ ମାନଙ୍କ ପ୍ରତିନିଧି ଶିବାଜୀ ଗୌତମ ମହାନ୍ତ ବର୍ମା ସାହାରପଡା ଯୋଗାଣ ଅଧିକାରୀ ସତ୍ୟବ୍ରତ ପ୍ରଧାନ ଏବଂ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ  ସାହାରପଡା ଯୋଗାଣ ଅଧିକାରୀ ଏବଂ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କୁ ଚାଷୀ ପ୍ରତିନିଧି ଜଣାଇବା ପରେ ମଧ୍ୟ ସମବାୟ ବିଭାଗର ଉପରିସ୍ତ ଅଧିକାରୀମାନେ ଉଦୟପୁର ମଣ୍ଡିକୁ ଖୋଲିବାକୁ କୌଣସି ଆଗ୍ରହ ଦେଉନଥିବାରୁ ଚାଷୀମାନେ ଧାନ ବିକ୍ରୟ କରିପାରୁ ନାହାନ୍ତି, ଯେଉଁଥିପାଇଁ ସେମାନେ ପାଇଥିବା ଟୋକନ ଲାପ୍ସ ହେବାର ସମ୍ଭାବନା ସୃଷ୍ଟି ହୋଇଅଛି ଯଦି ସେପରି କିଛି ହୁଏ ତେବେ ସେଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ସେ ପ୍ରକାଶ କରିଛନ୍ତି ଚାଷୀମାନେ ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିଲା ବେଳେ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଏହି ମଣ୍ଡିରୁ ୪୦ ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରୟ ଟଙ୍କା ପାଇନଥିବା ଅଭିଯୋଗ ହୋଇଥିଲା। ଚାରୋଟି ଧାନ ସଂଗ୍ରହ କେନ୍ଦ୍ରରୁ ତିନୋଟି ଧାନ ସଂଗ୍ରହ କେନ୍ଦ୍ରରେ ବିଜୁଳିର ସୁବିଧା ଥିବା ବେଳେ ଆଖି ସ୍କାନ ପାଇଁ ଚାଷୀମାନେ  ଅସୁବିଧାର ସମ୍ମୁଖୀନ ଦେଉଛନ୍ତି। ତେଣୁ ସେଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିବା ସହିତ ବର୍ତ୍ତମାନ ପଯ୍ୟନ୍ତ ମାତ୍ର ୫୬ ଜଣ ଚାଷୀଙ୍କ ଠାରୁ ମାତ୍ର ୨୧୧୬.୫୪ କୁଣ୍ଟାଲ ଧାନ ସଂଗ୍ରହ ହୋଇଛି ତେଣୁ ଅଧିକରୁ ଅଧିକ ଟୋକନ ଚାଷୀଙ୍କୁ ପ୍ରଦାନ କରିବା ସହ ଧାନ ସଂଗ୍ରହର ପରିମାଣ ବଢାଇବା ସହିତ ପ୍ରତେକ ମଣ୍ଡିରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ସମିତି ସଭ୍ୟ ଶ୍ରୀ ମହାନ୍ତ ବର୍ମା ଦାବି କରିଛନ୍ତି

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories