www.samajalive.in
Tuesday, December 9, 2025
17.1 C
Bhubaneswar

ଲଛମନ୍‌ପଡା ବିଲାସିନି ହତ୍ୟାକାଣ୍ଡ ; ଜେଲ୍ ହାଜତକୁ ଗଲା ପତ୍ନୀହନ୍ତା ସ୍ୱାମୀ

ରେଙ୍ଗାଲି : ଗତ ୨୨ତାରିଖ ମଙ୍ଗଳବାର ରେଙ୍ଗାଲି ବ୍ଳକ୍ ନିସାନଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଲଛମନ୍‌ପଡା ଗ୍ରାମ ବିଲାସିନି ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାଶ କରିଛି। ହତ୍ୟାକାରୀ ସାଜିଥିବା ଅଭିଯୁକ୍ତ ସ୍ୱମୀ ଧନମଣୀ ଖଡିଆକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ଧନମଣୀ ବାରିସୀରେ ନିଜର ଧର୍ମପତ୍ନୀ ବିଲାସିନି କୁ ନିର୍ମମ ଭାବରେ ହାଣି ହତ୍ୟା କରି ଦୁଇ ଝିଅକୁ ଧରି ଘରୁ ଫେରାର୍ ହୋଇଯାଇଥିଲା। ପୁଲିସର ଦୁଇଟି ଟିମ୍ ତନାଘନା କରି ଅଭିଯୁକ୍ତ କୁ ରମ୍ପେଲା ସେତୁ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ଗିରଫ କରିଥିଲା। ଥାନାରେ ପଚରାଉଚୁରା କଲା ବେଳେ ବିଲାସୀନି କୁ ହତ୍ୟା କରିଥିବା ଧନମଣୀ ସ୍ୱୀକାର କରିଥିଲା। ଏହାପରେ ଅଭିଯୁକ୍ତର ନଖ,ବାଳ ଆଦି ବିଭିନ୍ନ ଅଂଶର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇ ଆଜି ହତ୍ୟାକାରୀକୁ କୋର୍ଟ ଚାଲାଣ କରଯାଇଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ହତ୍ୟାକାରୀ କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବାର ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories