www.samajalive.in
Tuesday, December 9, 2025
16.1 C
Bhubaneswar

ଦରଡା ବାଇପାସ ବୋମାମାଡ ଓ ମରଣାନ୍ତକ ଆକ୍ରମଣ ମାମଲା : ଅଭିଯୁକ୍ତକୁ ୧୯ବର୍ଷ ୧୫ ଦିନ ଜେଲ ଦଣ୍ଡାଦେଶ

ପିପିଲି : ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ଓଡିଶା ହାଉସିଂ କୋ-ଅପରେଟିଭ୍‍ ପ୍ରାଇଭେଟ୍‍ ଲିଃ ସଂସ୍ଥାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସୁପରଭାଇଜର ପ୍ରଶାନ୍ତ କୁମାର(୩୫)ଙ୍କ ଉପରେ ୨୦୧୮ ମସିହାରେ ହୋଇଥିବା ବୋମାମାଡ ଓ ମରଣାନ୍ତକ ଆକ୍ରମଣ ମାମଲାର ବିଚାରକରି ପିପିଲି ସହକାରୀ ଦୌରାଜର୍ଜ ନିବେଦିତା ପଣ୍ଡା ଅଭିଯୁକ୍ତ ବିପିନ ପ୍ରଧାନ ଓରଫ ବୋକା(୨୪)କୁ ବୁଧବାର ମୋଟ୍‍ ୧୯ ବର୍ଷ ୧୫ ଦିନ ଜେଲ ଦଣ୍ଡାଦେଶ ସହ ମୋଟ୍‍ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି। ଜୋରିମାନା ଅନାଦେୟ ୧୩ ମାସ ଅଧିକ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଅଭିଯୁକ୍ତ ବିପିନ ଓରଫ ବୋକାର ଘର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପିପିଲିଶାସନ ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଦରଡା ଗ୍ରାମର ଚଗଲା ସାହୁ(୨୪) ଅଦ୍ୟାବଧି ଫେରାର୍‍ ରହିଛି।

ସୂଚନା ଅନୁଯାଇ, ଦରଡା ଗ୍ରାମ୍ୟଛକ ନିକଟରେ ବାଇପାସ ରାସ୍ତା ପାର୍ଶ୍ବରେ ଓଡିଶା ହାଉସିଂ କୋ-ଅପରେଟିଭ୍‍ ପ୍ରାଇଭେଟ୍‍ ଲିଃ ସଂସ୍ଥାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ଦାଦାବଟିକୁ କେନ୍ଦ୍ର କରି ଏହି ବୋମାମାଡ ଓ ମରଣାନ୍ତକ ଆକ୍ରମଣ ହୋଇଥିଲା। ସୁପରଭାଇଜର ଦାୟିତ୍ୱରେ ଥିବା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପ୍ରଗତିବିହାରରେ ରହୁଥିବା ବିହାର ଅଞ୍ଚଳର ପ୍ରଶାନ୍ତ କୁମାର ଏକ ଚେୟାରରେ ବସିଥିବା ବେଳେ ଅଭିଯୁକ୍ତ ଦ୍ୱୟ ହଠାତ୍‍ ସେଠାକୁ ଯାଇ ତାଙ୍କ ଉପରକୁ ବୋମାମାଡ କରିବା ସହ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପ୍ରଶାନ୍ତଙ୍କ ବାମଗୋଡର ଆଣ୍ଠୁ ଓ ବାମହାତ ପାପୁଲି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା।

- Advertisement -

ଏ ସଂପର୍କରେ ଅଭିଯୋଗ ହେବା ପରେ ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ ବିନୟ କୁମାର ଦାସ ଅଭିଯୁକ୍ତ ବିପିନକୁ ସେହିମାସ ୨୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅନ୍ୟତମ ଅଭିଯୁକ୍ତ ଚଗଲା ସେହିଦିନ ଠାରୁ ଫେରାର ରହିଥିବା ସୂଚନା ମିଳିଛି। ଏହି ମାମଲାର ବିଚାର କରି ଜଣେ ଡାକ୍ତର ଓ ତଦନ୍ତକାରୀ ଅଧିକାରୀଙ୍କ ବ୍ୟତୀତ ୯ଜଣ ସାକ୍ଷୀଙ୍କ ବୟାନ ଆଧାରରେ ସମସ୍ତ ପ୍ରମାଣକୁ ଭିତ୍ତି କରି ପିପିଲି ସହକାରୀ ଦୌରାଜର୍ଜ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁଧିର କୁମାର ମହାନ୍ତି ଓ ରବିନ୍ଦ୍ର କୁମାର ନାୟକ ପରିଚାଳନା କରୁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories