www.samajalive.in
Monday, December 8, 2025
27.1 C
Bhubaneswar

ଭାରତକୁ ଆସିନାହିଁ ବ୍ରିଟେନର ନୂଆ କରୋନା ଭାଇରସ – ଏଡସ୍ ଗବେଷଣା ପ୍ରତିଷ୍ଠାନ

ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ କହିଛି ଯେ ବ୍ରିଟେନରେ ମିଳିଥିବା ନୂତନ କରୋନା ଭୁତାଣୁ ଭାରତକୁ ଆସିନାହିଁ। ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏଭଳି ତଥ୍ୟ ମିଳିଥିବା କୁହାଯାଇଛି। ରାଷ୍ଟ୍ରୀୟ ଏଡସ୍ ଗବେଷଣା ପ୍ରତିଷ୍ଠାନ ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଶାଖା।

ମଙ୍ଗଳବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ସଂଗୃହିତ ନମୁନାଗୁଡ଼ିକର ଯାଞ୍ଚ କରାଯାଇଥିବା ଏହାର ନିର୍ଦ୍ଦେଶକ ଡଃ ସମୀରନ ପଣ୍ଡା କହିଛନ୍ତି। ଯାଞ୍ଚ ପରେ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଧାରା ଆମ ଦେଶରେ ମିଳିନଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ଭୁତାଣୁ ବ୍ୟାପିବାର ଗତି ଏବଂ ଗମ୍ଭୀରତା କ’ଣ ରହିଛି ତାହା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଏହି ଭୁତାଣୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ ପ୍ରଭାବ ପକାଇବା ତାହା ସ୍ପଷ୍ଟ ହୋଇନାହିଁ। ଡକ୍ଟର ପଣ୍ଡା କହିଛନ୍ତି ଯେ ଆମେ ୬-୭ ମାସ ଧରି ଦେଶରେ ବ୍ୟାପିଥିବା ଭାଇରାଲ ଜିନୋମ ଉପରେ ନଜର ରଖିଛୁ। ଏଥିପାଇଁ ୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି, କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ ଘଟିନାହିଁ। ସେ କହିଛନ୍ତି, ଭାରତ ଏପରି ଏକ ଦେଶ ଯେଉଁଠାରେ ସବୁ ରାଜ୍ୟରେ ଭାଇରସର ପ୍ରଭାବ ସମାନ ନୁହେଁ।

- Advertisement -

ସେ କହିଛନ୍ତି ଯେ ନୂଆ ପ୍ରକାର ଭୁତାଣୁ ଦେଶକୁ ଆସୁ କି ନ ଆସୁ, ଭୁତାଣୁ ଶୃଙ୍ଖଳ ଭାଙ୍ଗିବା ପାଇଁ ବ୍ୟବହାରିକ ପ୍ରତିବନ୍ଧକକୁ କଡାକଡି କରାଯିବା ଉଚିତ। ଏ ପର୍ଯ୍ୟନ୍ତ ପ୍ରାୟ ୧୧ଟି ସମାନ ପ୍ରକାର ଭୁତାଣୁ ଚିହ୍ନଟ ହୋଇସାରିଛି କିନ୍ତୁ ଏ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ଉପରେ ନଜର ରଖିବାର ସମୟ। ଡକ୍ଟର ପଣ୍ଡା କହିଛନ୍ତି ଯେ କରୋନା ଟିକା ଭୁତାଣୁର ବିଭିନ୍ନ ଉପାଦାନ ବିରୁଦ୍ଧରେ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ। ଉତ୍ପାଦିତ ଟିକା ବିଫଳ ହେବ ବୋଲି ଭାବିବା ଠିକ୍ ନୁହେଁ। ଏଥିପାଇଁ ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ନାହିଁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories