www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଫେରିବେ ବଦ୍ରି ନାରାୟଣ

ପାଟଣା : ସମୟ ବେଳେ ବେଳେ କଡ ଲେଉଟାଏ । ରାଜନୀତି ର ଏହାର ଅନେକ ଦୃଷ୍ଟାନ୍ତ ରହିଛି। ସେହିପରି ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା କେନ୍ଦୁଝର ରାଜନୀତିର ଚର୍ଚ୍ଚିତ ଚେହେରା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ପୁଣି ମନ୍ତ୍ରୀ ମଣ୍ଡଳକୁ ଫେରିବା ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଆକଳନ ସମୟରେ ଜିଲ୍ଲାରୁ ମନ୍ତ୍ରୀ ଥିବା ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ବିଶ୍ରାମ ଦେବା ସହ ବରିଷ୍ଠ ଓ ଅଭିଜ୍ଞ ତଥା ବିଜୁ ଜନତା ଦଳ ପ୍ରତି ଅନୁରକ୍ତ ବଦ୍ରି ନାରାୟଣ ପାତ୍ରଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରିବା ନେଇ ନୂଆ ବର୍ଷ ପୂର୍ବରୁ ଚର୍ଚ୍ଚା ହେଉଛି। ନିର୍ବାଚନ ସମୟରେ ନିଜର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ହେବିୱେଟ ନେତା ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିବା ସତ୍ତ୍ୱେ ବଦ୍ରିଙ୍କୁ ମନ୍ତ୍ରୀପଦରୁ ବଞ୍ଚିତ ରଖାଯାଇଛି। ଧୀର ପାଣି ପଥର କାଟେ ଭଳି ସେ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନରେ ରେକର୍ଡ ସଂଖ୍ୟକ ସଭ୍ୟ ସଂଗ୍ରହ କରି ନିଜ ଦକ୍ଷତାର ଉଦାହରଣ ଦଳ ଆଗରେ ରଖିଥିବା ବେଳେ ଚୁପ୍ ଚାପ୍ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଜନ ସମ୍ପର୍କ ଅବ୍ୟାହତ ରଖିଥିଲେ। ପୁନଶ୍ଚ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀମଣ୍ଡଳକୁ ଫେରୁଥିବା ଚର୍ଚ୍ଚା ମଧ୍ୟରେ ନୂଆ ବର୍ଷରେ ନୂଆ ମନ୍ତ୍ରୀମଣ୍ଡଳର ରୂପ ରେଖ କ’ଣ ହେବ ଦେଖିବା କୁ ବାକି ରହିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories