www.samajalive.in
Monday, December 8, 2025
17.1 C
Bhubaneswar

ସାଦା ପୋଷାକରେ ଭାରତ ସୀମାରେ ଚୀନ ସେନାର ଅନୁପ୍ରବେଶ ପଣ୍ଡ

ଲଦାଖ: ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେଚୀନ୍‌ ସେନା ନିୟମିତ ଅନୁପ୍ରବେଶ ଉଦ୍ୟମ କରୁଛି। ସାଧା ପୋଷାକରେ ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ବେଳେ ଧରାପଡିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନିଓମା ଅଞ୍ଚଳର ଚାନ୍‌ତାଙ୍ଗ ଗ୍ରାମରୁ ଏହି ଘଟଣା ଘଟିଛି। ତେବେ ଚୀନ୍ ସେନା ଅଧିକ ଭିତରକୁ ଆସି ପାରି ନ ଥିଲେ। ଆଇଟିବିପି ସେନା ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଭଗାଇବାରେ ସଫଳ ହୋଇଥିଲେ।

- Advertisement -

ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ଚୀନ୍ ସୈନିକମାନଙ୍କର ଏକ ଦଳ ଦୁଇଟି ଯାନ ବ୍ୟବହାର କରି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେମାନେ ସାଦା ପୋଷାକରେ ଥିଲେ ଏବଂ ସ୍ଥାନୀୟ ମେଷପାଳକମାନଙ୍କୁ ସେଠାରେ ସେମାନଙ୍କର ପଶୁ ଚରାଇବାକୁ ବାରଣ କରିଥିଲେ। ତେବେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଦୃଢ ବିରୋଧ କରିଥିଲେ ଯାହା ଫଳରେ ସେମାନଙ୍କୁ ଫେରିବାକୁ ପଡିଲା। ଲୋକଙ୍କ କହିବାନୁସାରେ, ଆଇଟିବିପି କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଚୀନ୍ ସେନାଙ୍କୁ ଚେତାବନୀ ଦେଇଥିଲେ। ତେବେ ଗାଡିରେ ଉପସ୍ଥିତ ଲୋକ ଚାଇନାର ସାଧାରଣ ନାଗରିକ ନା ସୈନିକ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣା ୪/୫ ଦିନ ତଳର ବୋଲି କୁହାଯାଉଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories