www.samajalive.in
Monday, December 8, 2025
20.1 C
Bhubaneswar

ଡୁମେରଚୁଆଁ ଡେମ ପରିସରରୁ ହାତୀଛୁଆର ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଉପକଣ୍ଠସ୍ଥ ଡୁମେରଚୁଅାଁ ଡେମ୍ ପରିସରରୁ ଏକ ହାତୀଛୁଆର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ଶନିବାର ସକାଳୁ ଖବର ପାଇ କଣ୍ଟାବାଞ୍ଜି ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତିରେ ଖଗସା ପଞ୍ଚାୟତର ପାଟିମାଲ, ଲାଲଝରା, ଖଗସା, ହିଆଁଲ ପଞ୍ଚାୟତର ମାଲପାମୁଣ୍ଡା, କର୍ଲାବାହାଲି ଆଦି ଗ୍ରାମ ଗୁଡିକରେ ଏକ ହାତୀପଲ ପଶି ଆସିଥିଲେ। ଏହି ହାତୀ ପଲରେ ପ୍ରାୟ ୨୯ଟି ହାତୀ ସମେତ ହାତୀ ଛୁଆ ମଧ୍ୟ ରହିଥିଲେ। ଏହି ହାତିପଲ ଚାଷୀଙ୍କ ଖେତରେ ଥିବା ଧାନ, ହରଡ, କୋଲଥ, ବିରି, ଆଖୁ ଚାଷ କିଆରିକୁ ଦଳି ଚକଟି ଖାଇ ନଷ୍ଟ କରିଦେଇଥିଲେ।

ଜଙ୍ଗଲ ବିଭାଗ ଉକ୍ତ ହାତୀପଲକୁ ରାତିରେ ବାଣ, ବାଦ୍ୟ ଯନ୍ତ୍ର ବଜାଇ ଘଉଡାଇଥିଲେ। ଏହି ଘଉଡାଇବା ମଧ୍ୟରେ ରାତିରେ ଡୁମେରଚୁଆଁ ଗ୍ରାମ ତଥା କଣ୍ଟାବାଞ୍ଜି ଜେଏମଜେ ସ୍କୁଲ ଯାଏ ଚାଲିଆସିଥିଲେ। ପୁର୍ନବାର ସ୍ଥାନୀୟ ପୋଲିସ ଏବଂ ଜଙ୍ଗଲ ବିଭାଗ ସହରମୁହାଁ ହେଉଥିବା ହାତୀପଲକୁ ଘଉଡାଇଥିଲେ। ଫଳରେ ଏହି ହାତୀପଲ ଡୁମରଚୁଆଁ ଡେମ ଆଡକୁ ଚାଲି ଯାଇଥିଲେ। ରାତିରେ ଡୁମେରଚୁଆଁ ଡେମ ନିକଟରେ ଚାଷ ହୋଇଥିବା ହରଡ କିଆରିରେ ପଶି ହରଡ ଖାଇବା ସହ ନିକଟରେ ଥିବା ଡେମକୁ ପାଣି ପିଇବାକୁ ଯାଇଥିବା ଅନୁମାନ କରାଯାଉଛି। ପାଣି ପିଇବାକୁ ଯାଇଥିବା ହାତୀପଲ ମଧ୍ୟରୁ ଏକ ହାତୀ ଛୁଆ ପାଣିରେ ପଶି ଯାଇ ବାହାରକୁ ବାହାରି ପାରି ନଥିବା ଅନୁମାନ କରାଯାଉଛି। ଫଳରେ କାଦୁଅରେ ପଶି ଯାଇ ସେଠାରୁ ବାହାରି ନ ପାରିବା କାରଣରୁ ତା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ହାତୀ ଛୁଆ ୬ମାସରୁ ଏକ ବର୍ଷ ବୟସ ହୋଇଥିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ହାତୀ ପଲରେ ବଡ ହାତୀ ୨୬ଟି ଥିବା ବେଳେ ୩ଟି ହାତୀ ଛୁଆ ଥିବା ଜଣାପଡିଛି। କଣ୍ଟାବାଞ୍ଜି ପ୍ରାଣି ଚିକିତ୍ସକ ସିଦ୍ଧାର୍ଥ କୁମାର ସେଠ ଘଟଣାସ୍ଥଳକୁ ଯାଇ ମୃତହାତୀର ମୃତଦେହ ବ୍ୟବଛେଦ କରିଥିଲେ। ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ଜେସିବି ସହାୟତାରେ ପୋତି ଦିଆଯାଇଥିଲା।
କଣ୍ଟାବାଞ୍ଜି ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ, ଏସଆଇ ହୀରା ଖାଲକୋ, ଫରେଷ୍ଟ ରେଞ୍ଜ ଅଧିକାରୀ ଶ୍ରଦ୍ଧାଦେବ ବଡମାଲି, ଡେପୁଟି ରେଞ୍ଜର ସାଧୁ ଚରଣ ପ୍ରଧାନ, ଫରେଷ୍ଟର ଘନଶ୍ୟାମ ପଶାୟତ, ବିନୋଦ ବିହାରି ଧରୁଆ, ଗୁଣନିଧି ପରିଡା, ଆଦିତ୍ୟ ମିଶ୍ର ସହ ଜଙ୍ଗଲ ବିଭାଗ ଅନ୍ୟ ଅଧିକାରୀ ଓ ପାରା ଫୋର୍ସ କର୍ମଚାରୀ ଉପସ୍ଥିତ ଥିଲେ। ଏହି ହାତୀଛୁଆର ମୃତ୍ୟୁରେ କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ କେସ (ନଂ.୨୦/୧୯.୧୨.୨୦) ରୁଜୁ କରି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories