www.samajalive.in
Monday, December 8, 2025
14.1 C
Bhubaneswar

ମିଲିଂ କ୍ଷମତା ଯାଞ୍ଚ ; ଏକଜୁଟ ହେଇପାରିବ ତ ଟିମ୍!

ବଲାଙ୍ଗିର : ବଲାଙ୍ଗିର ଜିଲାର ୪୬ ରାଇସ୍ ମିଲର୍ସଙ୍କ ମିଲ୍‌ରେ ଥିବା ମିଲିଂ କ୍ଷମତାକୁ ନେଇ ‘ସମାଜ’ରେ ପ୍ରଶ୍ନ ଉଠିବା ପରେ ଜିଲାପାଳ ଚଞ୍ଚଳ ରାଣା ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଟିମ୍ ଗଠନ କରାଯାଇଛି। ଖୋଦ୍ ମିଲର୍ସମାନେ କହୁଛନ୍ତି ଯେ, ଜିଲାପାଳ ଟିମ୍ ଗଠନ କରିଛନ୍ତି ସତ। ହେଲେ ଏହି ଟିମ୍ ଏକଜୁଟ ହୋଇପାରିବ ତ! ଏହାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ମିଲ୍ ପରିପ୍ରେକ୍ଷୀରେ ଫେକ୍ଟ୍ରି ଏଣ୍ଡ ବଏଲର୍ ବିଭାଗ ସହ ପ୍ରଦୂଷଣ ବିଭାଗର ସଂପର୍କ ରହିଛି। ତେଣୁ ଏହି ୨ ବିଭାଗକୁ ସାମିଲ କରି ଯାଞ୍ଚ କରାଗଲେ ଅଧିକ ଫଳପ୍ରଦ ହେବ। ସତ-ମିଛିର ଅନେକ ତଥ୍ୟ ସାମ୍ନାକୁ ଆସିବ।

୨୦୧୬-୧୭ ବର୍ଷରେ ବଲାଙ୍ଗିର ଜିଲାର ମିଲ୍ଗୁଡ଼ିକର ଯେତିକି ମିଲିଂ କ୍ଷମତା ଥିଲା ୨୦୨୦-୨୧ରେ ତାହା ଢେର ଗୁଣ ବଢିଛି। ପୂର୍ବରୁ ୨ରୁ ୫ଟନ୍ ମିଲିଂ କ୍ଷମତା ଥିବା ମିଲ୍ଗୁଡ଼ିକ ମଧ୍ୟରୁ ୬ଟି ମିଲ୍‌ର ମିଲିଂ କ୍ଷମତା ପୂର୍ବ ଭଳି ୩ଟନ୍‌ରେ ରହିଛି। ସେହିପରି ଆଉ କିଛି ୧ଟନ୍ ମିଲିଂ କ୍ଷମତା ବୃଦ୍ଧି ଦେଖାଇ ୪ଟନ୍ ମଧ୍ୟରେ ସୀମିତ ରହିଛନ୍ତି। ବିଶେଷ ଭିତ୍ତିଭୂମି ନ ବଢାଇ ଅନେକ କାଗଜପତ୍ରରେ ୬ଟନ୍, ୮ଟନ୍, ୯ଟନ୍ରୁ ୧୨ ଟନ୍ ମିଲିଂ କ୍ଷମତା ଥିବା ପ୍ରମାଣପତ୍ର ହାତେଇଥିବା ଅଭିଯୋଗ ହେଉଛି। ଏଥିରେ ବେଲପଡ଼ା ଅନନ୍ତ ପେଡି, ଚେଚେରବେଙ୍ଗା ଅୱିନ୍, ଲଇତରା ବାମଲେଶ୍ୱରୀ ପେଡି, ଚଟୁଅନକା ବଂଶଲ ରାଇସ୍ ମିଲ, ଗଇଁନ୍ତଲା ଭଗବତୀ ରାଇସ୍ ମିଲ୍, ସାଉନ୍ତପୁର ବୀରବଜରଙ୍ଗ, ଅରୁଆ ଚାଉଲରୁ ଉଷୁନା ହୋଇଥିଲେ ବି ଗଜାନନ ରାଇସ୍ ମିଲ୍, ଟିଟିଲାଗଡ ଜୟ ତୁଲସୀ, କୁସୁମଖାଲର ଲକ୍ଷ୍ମୀ ରାଇସ୍ ମିଲ୍, ଆର୍ପି ରାଇସ୍ ମିଲ୍, ଲାଚୁଟ ରାଧାସ୍ୱାମୀ ଫୁଡ ପ୍ରଡକ୍ଟ, ଲଇତରା ଏସ୍ବି ଏଗ୍ରୋ, ରିଗଡୁଲର ଏସ୍ପି ଏଗ୍ରୋ, ସଲାସର ଏଗ୍ରୋ ଓ ସଲାସର ବାବା, ଗୁଡଭେଲା ସରସ୍ୱତୀ ରାଇସ୍ ମିଲ୍, ପେଣ୍ଡାପଦର ସାବିତ୍ରୀ ପେଡି, ତେଣ୍ଡାପଦର ସାୱରିଆ ବ୍ରଦର୍ସ, ଶ୍ରୀ ଗଣେଶ ପେଡି ପ୍ରୋସୋସିଂ, ବେଲପଡ଼ା ଜ୍ୱଲାଜୀ, ଓଡ଼ିଆପାଲି ଶ୍ରୀ ରାଧାକୃଷ୍ଣ ରାଇସ୍ ମିଲ୍, ଡଙ୍ଗାପଥର ବିକାଶ ରାଇସ୍ ମିଲ୍ ସହ ଆଉ କିଛି ମିଲର୍ସଙ୍କ ଭୂମିକା ସନ୍ଦେହଜନକ।

- Advertisement -

ଗଲା ୩/୪ ବର୍ଷ ପୂର୍ବରୁ ଯୋଗାଣ ବିଭାଗ ଅଧିକାରୀମାନେ ହିଁ ଯାଇ ମିଲିଂ କ୍ଷମତା ନିର୍ଦ୍ଧାରଣ କରୁଥିଲେ। ଏଥର ପୁନଃ ଯାଞ୍ଚ ପ୍ରକ୍ରିୟାରେ ଉପ ଜିଲାପାଳ, ତହସିଲଦାରଙ୍କ ନେତୃତ୍ୱରେ ଏଫ୍ସିଆଇ, ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗର ଜେଇ ପ୍ରମୁଖ ରହିବେ ବୋଲି ଜିଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ଯାଞ୍ଚକୁ ସ୍ୱାଗତ କରାଯାଉଛି ବିଭିନ୍ନ ମହଲରେ। କିନ୍ତୁ ବୈଷୟିକ ଦୃଷ୍ଟିକୋଣରୁ ବିଚାର କଲେ ଧାନ ବଏଲିଂ(ଶିଝାଇବା) କ୍ଷମତା କେତେ, ଶୁଖାଇବା ପରେ ପୁଣି ମିଲିଂ କରିବାର ପକ୍ରିୟା ସଂପର୍କରେ ବେଶ ଅବଗତ ଫେକ୍ଟ୍ରି ଇନ୍ସପେକ୍ଟର। ସମାନ୍ତରାଳ ଭାବେ ପ୍ରଦୂଷଣ ବୋର୍ଡ ବି ପ୍ରମାଣପତ୍ର ଦେଉଥିବାରୁ ଟିକିନିଖି ଯାଞ୍ଚ କରାଗଲେ ସବୁ ଚିତ୍ର ସ୍ପଷ୍ଟ ହୋଇଯାଆନ୍ତା। ସେହିପରି ମିଲିଂ କ୍ଷମତା(ଟନେଜ୍) ଦେଖି ଧାନ ଦିଆଯାଉଛି। ଯେତିକି ଧାନ ମିଳୁଛି, ତାହା ରଖିବା ପାଇଁ ଗୋଦାମ ଅଛି କି ନାହିଁ ଯାଞ୍ଚ ପରିସରଭୁକ୍ତ କରାଯାଉ। ଏଥିପ୍ରତି ଜିଲାପାଳ ଶ୍ରୀ ରାଣା ଦୃଷ୍ଟି ଦେବେ ବୋଲି ମତପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories