www.samajalive.in
Tuesday, December 9, 2025
17.1 C
Bhubaneswar

କର୍କଟ ପୀଡିତାଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା ରେଡକ୍ରସ୍

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ସୀମାନ୍ତ ରେ ଥିବା ଧନକଉଡା ବ୍ଳକ୍ କିଲାସମା ପଞ୍ଚାୟତ ଅନ୍ତର୍ଗତ ଗୌଡପାଲି ଗ୍ରାମର ଚିନମାଲି ପ୍ରଧାନ ନାମ୍ନୀ ଜନୈକ ଗରିବ ମହିଲା କର୍କଟ ରୋଗରେ ପୀଡିତ ଅଛନ୍ତି। ଚିନମାଲିଙ୍କ ଚିକିତ୍ସା ପାଇଁ ଆଜି ଜିଲ୍ଲା ରେଡକ୍ରସ୍ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚିତ ଯେ କର୍କଟ ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଭାଗ୍ୟକୁ ଆଦରି ପଡି ରହିଥିଲେ। ସୂଚନା ପାଇ ରୋଗର ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ ସକାଶେ ରେଙ୍ଗାଲି ସ୍ୱାଧିନ ଏକତା ସଙ୍ଗଠନର ସହ-ସମ୍ପାଦକ ଦିବ୍ୟକିଶୋର ସରାଫ,ହରିଶ ଶାହା,ମନୋରଞ୍ଜନ ଥପା,ତପନ ବିଶ୍ୱାଲ ପ୍ରମୁଖ ଜିଲ୍ଲା ରେଡକ୍ରସ୍ ସୋସାଇଟୀ ସମ୍ପାଦକ ଜୟ ଜର୍ଜ, ସଂଯୋଜକ ପ୍ରମିଲା ବେହେରା ଏବଂ ରେଡକ୍ରସ୍ ସଭ୍ୟ ତଥା ସ୍ୱାଧିନ ଏକତା ସଙ୍ଗଠନର ସଭାପତି ରାଜୀବ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଙ୍ଗଠନ ପକ୍ଷରୁ ଆନୁସଙ୍ଗିକ କାଗଜାତ ଦାଖଲ କରାଗଲା ପରେ ଆଜି ଜିଲ୍ଲା ରେଡକ୍ରସ୍ ପାଣ୍ଠି ରୁ କର୍କଟ ପୀଡିତା ଚିନମାଲୀ ପ୍ରଧାନଙ୍କୁ ଚିକିତ୍ସା ପାଇଁ ୨୯ ହଜାର ଟଙ୍କାର ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories