www.samajalive.in
Monday, December 8, 2025
17.1 C
Bhubaneswar

ଓଡ଼ିଶାରେ ପୁଞ୍ଜି ବିନିଯୋଗ ବିସ୍ତାର କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଖଣି ମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ରହିଛି। ତେଣୁ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟର ବିକାଶରେ ସହଭାଗୀ ହେବା ଲାଗି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଖଣି ଏବଂ ଧାତୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ବାନ କରିଛନ୍ତି। ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଚୁର ସୁଯୋଗ ଦେଉଛନ୍ତି ବୋଲି ଓଡ଼ିଶା ସରକାରଙ୍କ ସହ ଏଫଆଇସିସିଆଇ ପଲିସି ରାଉଣ୍ଡ ଟେବୁଲ ଉପରେ ଆୟୋଜିତ ଭର୍ଚୁଆଲ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି।

ଖଣି ମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ସମୟରେ ଅନେକ କ୍ଷେତ୍ରରେ ସର୍ବାଧିକ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶା ଶିଳ୍ପ ସଂସ୍ଥାଗୁଡ଼ିକୁ ଆକର୍ଷିତ କରିଛି। ସରକାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୁହା, ମାଙ୍ଗାନିଜ, ଗ୍ରାଫାଇଟ ଏବଂ ଚୂନ ପଥର ଆଦି ୩୧ଟି ଖଣିଜ ବ୍ଲକକୁ ସଫଳତାର ସହିତ ନିଲାମ କରିଛି। ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି। କୁଶଳୀ ମାନବସମ୍ବଳ ରହିଛନ୍ତି। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ ଏହି ସୁଯୋଗର ଲାଭ ଉଠାନ୍ତୁ ବୋଲି ମନ୍ତ୍ରୀ କହିଥିଲେ।

- Advertisement -

ଏହା ସହିତ ରାଜ୍ୟରେ ପୂର୍ବରୁ ଥିବା କମ୍ପାନୀଗୁଡ଼ିକ ସେମାନଙ୍କ ପୁଞ୍ଜି ବିନିଯୋଗକୁ ବିସ୍ତାର କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ। ଖଣି ଏବଂ ଖଣିଜ ଶିଳ୍ପଗୁଡ଼ିକ ଅତିରିକ୍ତ ଶିଳ୍ପ ସ୍ଥାପନ କରି ସେମାନଙ୍କ ଦକ୍ଷତା ଉପଯୋଗକୁ ବୃଦ୍ଧି କରିପାରିବେ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ସେ ଆଶ୍ଵାସନା ଦେଇଥିଲେ।

ମନ୍ତ୍ରୀ ଆହୁରି କହିଥିଲେ, ରୋଜଗାର ସୃଷ୍ଟି ସହିତ ଅର୍ଥନୀତିରେ ଖଣି ଶିଳ୍ପର ବହୁଗୁଣ ପ୍ରଭାବ ରହିଛି। ଆମ ଟେକ୍ନୋଲୋଜି ଦୃଷ୍ଟିରୁ ଆମେ ଏକ  ଦୀର୍ଘ ରାସ୍ତା ଅତିକ୍ରମ କରିସାରିଥିବାବେଳେ ଏହି କ୍ଷେତ୍ରରେ ଅଧିକ ଆଧୁନିକୀକରଣ ପାଇଁ ସୁଯୋଗ ରହିଛି। ଖଣି କାର୍ଯ୍ୟକଳାପ ଆଗକୁ ବଢ଼ିବାକୁ ବାଧ୍ୟ। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ଭିତ୍ତିଭୂମି, ପରିବହନ ଏବଂ ସହାୟତା ସୁନିଶ୍ଚିତ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ତଥା ଇପିକଲର ପରିଚାଳନା ନିର୍ଦେଶକ ନିତିନ ଜୱାଲେ, ଅର୍ଥ ବିଭାଗ ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ, ଏଫଆଇସିସିଆଇର ଉପସଭାପତି ତଥା ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ​‌ ଫେରୋ ଆଲଏଜ୍‌ର ପରିଚାଳନା ନିର୍ଦେଶକ ସୁଭ୍ରକାନ୍ତ ପଣ୍ଡା, ବରିଷ୍ଠ ଏଆଇଜି (ଫରେଷ୍ଟ) ସନ୍ଦୀପ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories