www.samajalive.in
Monday, December 8, 2025
17.1 C
Bhubaneswar

ଇନରହ୍ୱିଲ୍ କ୍ଲବର ପରିବେଶ ସଚେତନତା ଓ ବୃକ୍ଷରୋପଣ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ଏବଂ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଆଠଗଡର ରାସରସିକପୁର ୟୁଜିୟୁପି ସ୍କୁଲ ପରିସରରେ ପରିବେଶ ସଚେତନତା  ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଠଗଡ ଇନରହ୍ୱିଲ କ୍ଲବ ସଭାପତି କଳ୍ପଲତା ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ପରିବେଶ ସଚେତନତା ସଂପର୍କୀତ ସଭାରେ ମୁଖ୍ୟଅତିଥି ଭାବେ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବର ସଭାପତି ସୁବର୍ଣ୍ଣ ପରିଜା ଯୋଗଦେଇ ପରିବେଶ ସୁରକ୍ଷା ପ୍ରତ୍ୟେକ ମନୁଷ୍ୟର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ମତବ୍ୟକ୍ତକରିଥିଲେ। ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅତିକମରେ ଗୋଟିଏ ଲେଖାଏଁ ଚାରା ରୋପଣ କରି ତାର ଯତ୍ନ ନେଇ ବଞ୍ଚାଇ ପାରିଲେ ଏକ ସବୁଜ ସୁନ୍ଦର ଚିରହରିତ୍ ପୃଥିବୀ ସୃଷ୍ଟି ହୋଇପାରିବ ବୋଲି ଶ୍ରୀମତୀ ପରିଜା ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାସରସିକପୁର ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସମାଜସେବୀ କ୍ଷୀରୋଦ ଚନ୍ଦ୍ର ମିଶ୍ର ଯୋଗଦେଇ ସଂପ୍ରତି ବ୍ୟାପକ ଜଙ୍ଗଲ ସଂପଦର ବ୍ୟାପକ ଅବକ୍ଷୟ ଯୋଗୁଁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁର ଅସ୍ୱଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି ବୋଲି କହିବା ସହ ବ୍ୟାପକ ସବୁଜ ବଳୟ ସୃଷ୍ଟି ଦ୍ୱାରା ଏହାର ମୁକାବିଲା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍କୁଲ ପରିସରରେ ଏହି ଅବସରରେ ଅନେକ ଗୁଡିଏ ଔଷଧୀୟ ଓ ଅନ୍ୟ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଆଠଗଡ ଇନରହ୍ୱିଲ କ୍ଲବର ପୂର୍ବତନ ସଭାନେତ୍ରୀ ମଞ୍ଜୁଲତା ମହାଳିକ, ସଭ୍ୟା ଅଞ୍ଜନା ମିଶ୍ର, ଜସ୍ମିନ ପଟ୍ଟନାୟକ, ନିରଦ ନଳିନୀ ବେହେରା, ରାଜେଶ୍ୱରୀ ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ। କ୍ଲବର ସଂପାଦିକା ଦୀପାଳି ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଶତପଥି, ଶିକ୍ଷକ ପ୍ରକାଶ ମହାପାତ୍ର, ଶଶଧର ମହାରଣା, ଶିକ୍ଷୟିତ୍ରୀ ସଂଯୁକ୍ତା ପାଳ ଓ ରେଣୁବାଳା ପାଢୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories