www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଭୁ ଧବଳେଶ୍ୱରଙ୍କ ପୂଜା ପାଇଁ ପୂଜକଙ୍କ ଫୁଲଚାଷ; ଗୁଡୁନନା ମାଗଣାରେ ବାଣ୍ଟୁଛନ୍ତି ଫୁଲ

ଗୁରୁଡିଝାଟିଆ: କରୋନା ଜୀବନଚିତ୍ରକୁ ବ୍ୟତିବ୍ୟସ୍ତ କରାଇଦେଇଛି। ଅନେକ ନିଜର ଜୀବିକା ମଧ୍ୟ ହରାଇ ଅତ୍ୟନ୍ତ କଷ୍ଟକର ପରିବେଶ ଭିତରେ ପରିବାର ପୋଷଣ କରୁଛନ୍ତି। ଧବଳେଶ୍ୱର ମନ୍ଦିର ମଧ୍ୟ କରୋନା ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିଛି। ଯାହାଫଳରେ କି ପୂଜକ ପରିବାର ଆର୍ଥିକ ସଂକଟ ଭିତରେ ଗତି କରୁଛନ୍ତି। ହେଲେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିଷ୍ଠାପର ଭାବରେ ସମାପନ କରୁଛନ୍ତି। ଧବଳେଶ୍ୱର ପୂଜକ ସମିତିର ଯୁବ ପୂଜକ ରାମଚନ୍ଦ୍ର ପତ୍ରୀ(ଗୁଡୁନନା) କରୋନା ସମୟରେ ଆରମ୍ଭ କରିଥିଲେ ଫୁଲଚାଷ। ପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ ଦୈନିକ ଫୁଲ ମଧ୍ୟ ନେଇ ଅର୍ପଣ କରୁଛନ୍ତି। ଏହା ସହିତ ପାଖାପାଖି ଆଖପାଖ ଗାଁର ଲୋକମାନଙ୍କୁ ପୂଜା ପାଇଁ ମାଗଣାରେ ବାଣ୍ଟୁଛନ୍ତି ଗେଣ୍ଡୁଫୁଲ। ବିଦ୍ୟାଧରପୁର ଠାରେ ଥିବା ଶ୍ରୀ ପତ୍ରୀଙ୍କ ୧୦ଗୁଣ୍ଠ ଚାଷ ହୋଇଛି ଫୁଲ ଓ ପନିପରିବା। ଗେଣ୍ଡୁ ଓ ସବୁଜ ପନିପରିବାରେ ହସିଉଠିିଛି କ୍ଷେତ। ଦୈନିକ ପ୍ରତ୍ୟୁଷରୁ ତୋଳୁଛନ୍ତି ଗେଣ୍ଡୁଫୁଲ। ପ୍ରଭୁ ଧବଳେଶ୍ୱରଙ୍କ ପୂଜା ପାଇଁ ଗେଣ୍ଡୁଫୁଲ ପ୍ରଦାନ କରିବା ସହିତ ଆଖପାଖ ଗାଁର ଲୋକମାନେ ପହଞ୍ଚି ନେଉଛନ୍ତି ମାଗଣାରେ ଗେଣ୍ଡୁଫୁଲା। ଏ ସଂକ୍ରାନ୍ତରେ ଶ୍ରୀ ପତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଫୁଲ ପ୍ରଭୁଙ୍କ ପାଇଁ ଯୋଗ୍ୟ। ପ୍ରଭୁଙ୍କ ନିକଟରେ ଅର୍ପଣ ହେଲେ ଫୁଲ ମଧ୍ୟ ସାର୍ଥକ ହୋଇଥାଏ। କରୋନା ସମୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବାରୁ ଘରେ ବସିବା ଅପେକ୍ଷା ପ୍ରଭୁଙ୍କ ପାଇଁ ଆରମ୍ଭ କରିଥିଲି ଫୁଲଚାଷ। ଏହାଦ୍ୱାରା ମନରେ ତୃପ୍ତିଲାଭ କରିଛି। କ୍ଷେତରେ ଉତ୍ପନ୍ନ ଫୁଲ ପ୍ରଭୁଙ୍କ ନିକଟରେ ଲାଗିବା ସହିତ ବାଟୋଇମାନେ ନେଉଛନ୍ତି।

ପ୍ରକାଶଯୋଗ୍ୟ, ଗତବର୍ଷ ମଧ୍ୟ ଶ୍ରୀ ପତ୍ରୀ ସଂପୂର୍ଣ୍ଣ ୧୦ଗୁଣ୍ଠ ଜମିରେ କରିଥିଲେ ଫୁଲଚାଷ। ଧବଳେଶ୍ୱର ପୂଜକଙ୍କ ପ୍ରକୃତି ପ୍ରୀତି ସର୍ବୋପରି ପ୍ରଭୁ ଧବଳେଶ୍ୱରଙ୍କ ପାଇଁ ଫୁଲଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories