www.samajalive.in
Monday, December 8, 2025
27.1 C
Bhubaneswar

ବଲାଙ୍ଗିରରେ ଏଆଇଏଫ୍‍ଏଫ୍‍ ଡି.ଡିପ୍ଲୋମା ଫୁଟବଲ କୋଚ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର: ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ ଡି.ଡିପ୍ଲୋମା ଫୁଟବଲ କୋଚିଂ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଛି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେସନ ନୂଆଦିଲ୍ଲୀ ଓ ଫାଓ କଟକର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ଡ.ଶ୍ରୀକର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧାନରେ ସାଇଟ କ୍ୟାମ୍ପସରେ ଡିସେମ୍ବର ୧୧ ତାରିଖ ଠାରୁ ୧୭ ତାରିଖ ପଯ୍ୟନ୍ତ ଶିବିର ଚାଲିଥିଲା।

ଏଆଇଏଫ୍‍ଏଫ୍‍ ପ୍ରଶିକ୍ଷକ ଭାବେ କଲକାତାର ସୟଦ ଅଲତାଭ ଉଦ୍ଦିନ ଅହମ୍ମଦ ଯୋଗଦେଇ ତାଲିମ ଦେଇଥିବା ବେଳେ ବଲାଙ୍ଗିର ଜିଲା ଫୁଟବଲ କୋଚ ପରାଶର ବାଗ ସଂଯୋଜକ ଦାୟିତ୍ୱ ତୁଳାଇଥିଲେ। ଓଡ଼ିଶାର ୨୨ ଜିଲାରୁ ୨୮ ଜଣ ଫୁଟବଲ କୋଚ୍‌ ପ୍ରଶିକ୍ଷଣ ନେଇଥିଲେ। ଉଦ୍‍ଯାପନୀ ଉତ୍ସବରେ ଫାଓ ଓଡ଼ିଶା କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

- Advertisement -

ପ୍ରଶିକ୍ଷକ ଜନାବ ଅହମ୍ମଦଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଶିବିରରେ ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ବହୁ ସଦସ୍ୟ ଯୋଗଦେଇ କୋଚ୍‍ମାନଙ୍କୁ ଉତ୍ସାହିତ କରିଥିଲେ। କୋଚ ପରାଶର ବାଗ ଧନ୍ୟବାଦ ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories