www.samajalive.in
Monday, December 8, 2025
20.1 C
Bhubaneswar

ଜିଓମିର ସବୁଠାରୁ କମ୍‍ ମୂଲ୍ୟର ସ୍ମାର୍ଟଫୋନ୍‍, ୬,୯୯୯ଟଙ୍କାରେ ପାଇବେ ୩ଜିବି ରାମ୍‍

ଜିଓମି କମ୍ପାନୀ ତରଫରୁ ପ୍ରସ୍ତୁତ ହୋଇଥିବା ଭାରତର ସବୁଠାରୁ କମ୍‍ ମୂଲ୍ୟର ସ୍ମାର୍ଟଫୋନ୍‍ ‘ରେଡମି-୫ଏ’ ସୋମବାର ଠାରୁ ପୁଣିଥରେ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଏହି ଫୋନ୍‍ ସହିତ ନୋ କଷ୍ଟ୍‍ ଇଏମ୍‍ଆଇ ମିଳିବ। ଏହି ଫୋନ ଆପଣ ପ୍ରତି ସପ୍ତାହରେ ୨୩୩ଟଙ୍କା ଦେଇ କିଣି ପାରିବେ। ‘ରେଡମି-୫ଏ’ର ବିଶେଷତ୍ୱ ହେଉଛି ଏଥିରେ ୧୩ମେଗାପିକ୍ସେଲ୍‍ ରିୟର ଏବଂ ୫ମେଗାପିକ୍ସେଲ ଆଗପଟ କ୍ୟାମେରା ଦିଆଯାଇଛି।
‘ଜିଓମି ରେଡମି-୫ଏ’ର ମୂଲ୍ୟ ଏବଂ ବିଶେଷତ୍ୱ
ଏହି ଫୋନରେ ୫ଇଞ୍ଚ୍‍ର ଏଚଡି ଡିସପ୍ଳେ, କ୍ୱାଲାକମର କ୍ୱାଡକୋର ସ୍ନାପଡ୍ରାଗନ୍‍ ୪୨୫ ପ୍ରୋସେସର୍‍, ୨ଜିବି ରାମ୍‍ ଏବଂ ୧୬ଜିବି ଷ୍ଟୋରେଜ୍‍ ରହିଛି। ଯାହାକୁ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ। ତେବେ ଏହି ଫୋନରେ ‘ରେଡମି-୪ଏ’ ଭଳି ଫିଙ୍ଗରପ୍ରିଣ୍ଟ ସେନସର ଦିଆଯାଇ ନାହିଁ।
ଏହି ଫୋନରେ ୧୩ମେଗାପିକ୍ସେଲ ରିୟର କ୍ୟାମେରା ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲ୍‍ ରହିଛି। ୪ଜି ଭୋଲଟି, ୩ଜି, ଜିପିଆରଏସ୍‍/ଇଡିଜିଇ, ବ୍ଲୁ-ଟୁଥ୍‍, ୱାଇ-ଫାଇ ଏବଂ ମାଇକ୍ରୋ-ୟୁଏସବି ଦିଆଯାଇଛି। ଏହି ଫୋନରେ ହାଇବ୍ରିଡ୍‍ ଡୁଆଲ ସିମ୍‍ ସପୋର୍ଟ ରହିଛି। ଏହି ଫୋନରେ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍‍ ମିଳିବ।
ଏଥିରେ ୩୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି। ଥରେ ଚାର୍ଜ କଲେ ୮ଦିନ ପର୍ଯ୍ୟନ୍ତ ଚାର୍ଜ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହାର ୩ଜିବି ରାମ୍‍ ଏବଂ ୩୨ଜିବି ଷ୍ଟୋରେଜ୍‍ ର ମୂଲ୍ୟ ୬,୯୯୯ଟଙ୍କା ଏବଂ ୨ଜିବି ରାମ୍‍ର ମୂଲ୍ୟ ୫,୯୯୯ଟଙ୍କା ରଖାଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories