www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା ଅଭିଯୋଗ

ବାଙ୍କୀ: ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଗରୀବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଲା ଭଳି ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଗରୀବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଏନ.ଏ.ସି ଅଞ୍ଚଳରେ ପୂର୍ବରୁ ପ୍ରାୟ ବହୁ ହିତାଧିକାରୀ ମାନେ ଉପକୃତ ହୋଇଥିଲା ବେଳେ ୨ୟ ପର୍ଯ୍ୟାୟରେ ଏଥି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ଡିସେମ୍ବର ୧୫ ତାରିଖ ଅପରାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପକ୍ଷରୁ ଚୂଡାନ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଇଲା ପରେ ବାଙ୍କୀ ଏନ.ଏ.ସି ର ସମସ୍ତ ୧୭ ଗୋଟି ଓାର୍ଡରେ ବାଦ୍‍ ପଡ଼ିଥିବା ବହୁ ଯୋଗ୍ୟ ହିତାଧୀକାରୀ ଅସନ୍ତୋଷ ପ୍ରକାଶ କରି ବୁଧବାର ଦିନ ୧୧ଟାରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ରୁଣ୍ଡ ହୋଇ ଚୂଡାନ୍ତ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହିତ ହିତାଧିକାରୀ ଚୟନର ତଦନ୍ତ କରି ବାଦ୍‍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ଦାବି ଜଣାଇଛନ୍ତି।

ଦାବିପତ୍ରରେ ଶତାଧିକ ଯୋଗ୍ୟ ହିତାଧିକାରୀଙ୍କର ସ୍ୱାକ୍ଷର ଥାଇ ଦର୍ଶାଯାଇଛି ଯେ, ହିତାଧୀକାରୀ ଚୟନକୁ ଚଞ୍ଚକତା କରି କିଛି ଏନ.ଏ.ସିର କର୍ମଚାରୀଙ୍କର ସମ୍ପର୍କୀୟ ୨ ମହଲା ଘର ଥିବା ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଥିବାରୁ ଏନ.ଏ.ସି ଅଞ୍ଚଳରେ ଅସନ୍ତୋଷତା ପ୍ରକାଶ ପାଇଛି ଏବଂ ବୁଦ୍ଧିଜୀବୀ ମହଲରେ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହିତ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ନ୍ୟାୟ ନମିଳିଲେ ଗରୀବ ଯୋଗ୍ୟ ହିତାଧୀକାରୀ ମାନେ ଆଗାମୀ ଦିନରେ ବିକ୍ଷୋଭ କରିବା ସହିତ ଏଥି ନିମନ୍ତେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି। ଏହି ଅଭିଯୋଗ ପତ୍ରକୁ ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧୀକାରୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ ସେହିପରି ଅନୁରୂପ ଭାବରେ ଭିନ୍ନକ୍ଷମ ଯୋଗ୍ୟ ହିତାଧିକାରୀ ଅଶୋକ କୁମାର ରଣା ଏବଂ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ପକ୍ଷରୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଅଭିଯୋଗ ପତ୍ର ଦିଆଯାଇ ଘଟଣାର ତଦନ୍ତ ଓ ବାଦ୍‍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକାଭୁକ୍ତ କରି ଖଣ୍ଡିଏ ସରକାରୀ ଗୃହ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories