www.samajalive.in
Sunday, December 7, 2025
15.1 C
Bhubaneswar

୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି : ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ୱାର ମେମୋରିଆଲରେ ୧୯୭୧ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୯୭୧ ମସିହା ପାକିସ୍ତାନ ବିପକ୍ଷ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ବର୍ଣ୍ଣିମ ‘ବିଜୟ ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କରିଛନ୍ତି । ଏଥି ସହିତ ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ସୁବର୍ଣ୍ଣ ବିଜୟ ବର୍ଷ’ ପାଇଁ ଲୋଗୋ ଉନ୍ମୋଚନ କରିଥିଲେ।


ଆଜି ସକାଳେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ହୋଇଥିବା  ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ, ସିଡିଏସ ତଥା ତିନି ସେନାର ମୁଖ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିଛନ୍ତି। ସେହି ଅଗ୍ନିରୁ ଚାରୋଟି ବିଜୟ ମଶାଲ୍ ପ୍ରଜ୍ୱଳିତ କରାଯାଇଛି। ୧୯୭୧ ମସିହା ଯୁଦ୍ଧ ପାଇଁ ପରମବୀର ଚକ୍ର ଓ ମହାବୀର ଚକ୍ରରେ ସମ୍ମାନିତ ହୋଇଥିବା ଯବାନଙ୍କ ଗାଁକୁ ମଧ୍ୟ ଏହି ମଶାଲ ଯାତ୍ରା କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଗାଁରୁ ଏବଂ ୧୯୭୧ ମସିହାରେ ପ୍ରମୁଖ ଯୁଦ୍ଧ କ୍ଷେତ୍ରଗୁଡିକରୁ ମୃତ୍ତିକା ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀକୁ ଅଣାଯିବ ବୋଲି ଜଣାପଡିଛି।

- Advertisement -


ସୂଚନାଯୋଗ୍ୟ ୧୯୭୧ ଯୁଦ୍ଧରେ ଆଜିର ଦିନରେ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଆଉ ଏହାପରେ ନୂଆ ଦେଶ ରୂପେ ବାଂଲା‌ଦେଶ ଜନ୍ମନେଇଥିଲା । ୧୯୪୭ରେ ଭାରତ ଓ ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଭାଷାକୁ ଆଧାର କରି ବିବାଦ ସୃଷ୍ଟି ହୋଇଥିଲା । ବାଂଲାଦେଶର ଜନକ ଶେଖ ମୁଜିବ୍ଉର ରେହମାନ ୧୯୭୧ ମସିହା ମାର୍ଚ୍ଚ ୨୫ ତାରିଖ ଅଧ ରାତିରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ନେଇ ଘୋଷଣା କରିଥିଲେ । ଏହାପରେ ସେଠାରେ ‘ମୁକ୍ତି ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲ। । ଏଥିରେ ‘ମୁକ୍ତି ବାହିନୀ’ ପାକିସ୍ତାନ ବିରୋଧରେ ଆରମ୍ଭ କରିଥିଲେ ଯୁଦ୍ଧ ।


ଏହି ବିଦ୍ରୋହକୁ ଦବାଇବା ପାଇଁ ପାକିସ୍ତାନୀ ସେନା ‘ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରି ଅତ୍ୟାଚାରର ସବୁ ସୀମା ପାର କରିଦେଇଥିଲା ଓ ପୂର୍ବ ପାକିସ୍ତାନରେ ଏହାର ଅଭିଯାନରେ ୧ ଲକ୍ଷରୁ ଅଧିକ ଲୋକଙ୍କର ନରସଂହାର ହୋଇଥିଲା । ଭାରତ ଏହି ସମୟରେ ବାଂଲାଦେଶକୁ ସମର୍ଥନ କରିଥିଲା ଓ ୧୩ ଦିନର ଯୁଦ୍ଧ ପରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା । ଭାରତର ସେନା ମୁକ୍ତି ବାହିନୀକୁ ସମର୍ଥନ କରୁଥିଲା କିନ୍ତୁ ପାକିସ୍ତାନ ପଟୁ ୧୯୭୧ରେ ଭାରତୀୟ ପୋଷ୍ଟ ଗୁଡିକ ଉପରକୁ ଆକ୍ରମଣ ପରେ ଭାରତ ସିଧାସଳଖ ଭାବରେ ଏ‌ହି ଅଭିଯାନରେ ସାମିଲ ହୋଇଥିଲା । ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ପାକିସ୍ତାନ ସହିତ ଲଢେଇ କରିବା ଆରମ୍ଭ କରିଥିଲା ।

ପାକିସ୍ତାନ ଦୁଇପଟୁ ଯୁଦ୍ଧ କରିବା ଖୁବ୍ କଷ୍ଟକର ଥିଲା । ମୁକ୍ତି ବାହିନୀର ସୈନିକ ପାକିସ୍ତାନର ବିଭିନ୍ନ ସ୍ଥାନରେ ସୈନିକଙ୍କ ଉପରେ ଆକ୍ରମଣ କରୁଥିଲେ । ଏଭଳି ଭାବରେ ପାକିସ୍ତାନର ମନୋବଳ ଭାଙ୍ଗିଯାଇଥିଲା। ଶେଷରେ ଡିସେମ୍ବର ୧୬ ତାରିଖରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା । ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଯୁଦ୍ଧରେ ପ୍ରାୟ ୩,୯୦୦ ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories