www.samajalive.in
Thursday, December 11, 2025
27.1 C
Bhubaneswar

ଶେଷରେ ନିଜ ମୁହଁରେ ସତ ମାନିଲେ ଜୁନିୟର ପାଠକ, ମନସ୍ତତ୍ତ୍ବବିତ୍‌ଙ୍କ ମାଧ୍ୟମରେ ଜେରାରେ ଟାଟା ଏମ୍‌ଡି ନ ଥିବା ଆକାଶର ସ୍ବୀକାର

ଭୁବନେଶ୍ବର : ନିଯୁକ୍ତି ଜାଲିଆତି ମାମଲାର ଖୋଳତାଡ଼ କରିବା ଲାଗି ଗତ ୧୦ ତାରିଖରୁ କ୍ରାଇମ୍‌ବ୍ରାଞ୍ଚ ୫ ଦିନ ପାଇଁ ହେପାଜତରେ ନେଇ ଆକାଶ ପାଠକଙ୍କୁ ଜେରା କରୁଛି। ଆସନ୍ତାକାଲି ଆକାଶଙ୍କୁ କୋର୍ଟରେ ହାଜର କରାଯିବ। ୫ ଦିନ ଜେରାରେ ଆକାଶ ଅନେକ ସତ ଓଗାଳିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟାଟା କମ୍ପାନୀର ପାସେଞ୍ଜର ଶାଖାର ଏମ୍‌ଡି ଭାବେ ନିଜକୁ ପରିଚୟ ଦେଉଥିବା କ୍ରାଇମ୍‌ବ୍ରାଞ୍ଚ ସାମ୍‌ନାରେ ସତ ଓଗାଳିଛନ୍ତି।

ସେ ଟାଟା କମ୍ପାନୀର କୌଣସି କର୍ମଚାରୀ ନ ଥିବା ଜେରା ବେଳେ ସ୍ବୀକାର କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଆକାଶଙ୍କୁ ମନସ୍ତତ୍ବବିତ୍‌ଙ୍କ ଉପସ୍ଥିତିରେ ଜେରା କରାଯାଇଛି। ଆକାଶଙ୍କ ମାନସିକ ସନ୍ତୁଳନ ଠିକ ରହିଛି କି ନାହିଁ ତାହାର ଅବସ୍ଥା ଜାଣିବା ଲାଗି ଜଣେ ବିଶେଷଜ୍ଞ ମାଧ୍ୟମରେ ପଚରାଉଚରା କରାଯାଇଥିଲା। ସେ ଯାହା କିଛି ବୟାନ ଦେଇଛନ୍ତି ତାହା ସୁସ୍ଥ ମସ୍ତିଷ୍କରେ ଦେଇଛନ୍ତି। କୌଣସି ବ୍ୟକ୍ତି ମାନସିକ ସନ୍ତୁଳନ ହରାଇଲେ ତାଙ୍କ ବୟାନ ବଦଳାଇଥାନ୍ତି। ଆକାଶଙ୍କ ଜେରା ପାଇଁ କ୍ରାଇମ୍‌ବ୍ରାଞ୍ଚ ନୂତନ ପଦ୍ଧତିକୁ ଆପଣାଇଛନ୍ତି।

- Advertisement -

ଜାମିନ ପାଇଁ ହାଇକୋର୍ଟରେ ଆକାଶ

ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ଭିଜିଲାନ୍ସ ମାମଲାରେ ଜାମିନ ଲୋଡ଼ି ଆକାଶ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories