www.samajalive.in
Monday, December 8, 2025
27.1 C
Bhubaneswar

ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ୍ : ଶ୍ୟାମ ମେଟାଲିକ୍ସ କବ୍‌ଜାରେ ୧୦ ନମ୍ବର ରାଜ୍ୟ ରାଜପଥର ଗୋଟିଏ ପାର୍ଶ୍ବ  

ରେଙ୍ଗାଲି : ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ରୂପେ ବିବେଚିତ ହେଉଥିବା ସମ୍ବଲପୁର-ରାଉରକେଲା ୧୦ ରାଜ୍ୟ ରାଜପଥ ର ଗୋଟିଏ ପାର୍ଶ୍ବ ପଣ୍ଡଲୋଇ ରୁ ଗୁରୁପାଲି ଏପରିକି ବିଭିନ୍ନ ସମୟରେ ଲପଙ୍ଗା ପର୍ଯ୍ୟନ୍ତ ଶ୍ୟାମ୍ ମେଟାଲିକ୍ସ ର ପାର୍କଂ ଜୋନ୍ ପାଲିଟିଛି। ଏଥି ଯୋଗୁଁ ଟ୍ରାଫିକ୍ ଜାମ୍ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି। ଲୋକେ ମୃତାହତ ହେଉଛନ୍ତି। କିନ୍ତୁ ତଥାପି ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ଏବଂ ଏଲ୍ଏଣ୍ଡଟି କମ୍ପାନୀ ବେଆଇନ୍ ପାର୍କିଂ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ବାନ୍ଧି ବସିଛନ୍ତି । ଗତ ୩ଦିନ ହେଲା ଶ୍ୟାମ ମେଟାଲିକ୍ସ ର ସାମ୍ନା ରୁ ମାଳବାହୀ ଟ୍ରକ୍ ର ଲମ୍ବା ଧାଡି ଲମ୍ବି ଆଜି ଲପଙ୍ଗା ଛକ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହାକୁ ନେଇ ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇ ରେଙ୍ଗାଲି ଏବଂ ଠେଲକୋଲୋଇ ଥାନାକୁ ସୂଚନା ଦେଲା ପରେ ପୁଳିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ଜାମ୍ କୁ  ହଟାଇ ଥିଲେ ମଧ୍ୟ ରାସ୍ତା କଡ ରେ ଟ୍ରକ୍ ର୍ ଲମ୍ବାଧାଡି ଲାଗି ରହିଥିଲା। ପୁଳିସ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ଶ୍ୟାମ୍ ମେଟାଲିକ୍ସ ରୁ ଫୁଲଚାଙ୍ଗେର୍ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ବରେ  ଦୁଇଧାଡିରେ ମାଲବାହୀ ଟ୍ରକ୍ ଛିଡା କରି ରଖାଯିବା ଦ୍ୱା୍ରା ରାସ୍ତା ସମ୍ପର୍ଣ୍ଣ ଅବରୋଧ ହୋଇଯାଇଥିଲା ଏବଂ ଯାତାୟାତ ରେ ସମସ୍ୟା ସୃଷ୍ଟି ହୋଇଥିଲା। ବାରମ୍ବାର ଦାବି ସତ୍ତ୍ବେ ଶ୍ୟାମ୍ ମେଟାଲିକ୍ସ କମ୍ପାନୀ ମାଲବାହୀ ଯାନ ଛିଡା କରିବାକୁ ନିଜସ୍ୱ ପାର୍କିଂ ଜୋନ୍ ତିଆରି ନକରି ରାଜ୍ୟ ରାଜପଥ କୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରୁଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସାଧାରଣ ଲୋକ ଟ୍ରାଫିକ୍ ନିୟମ ଉଲଙ୍ଘନ କଲେ କଡାଗଣ୍ଡା ଜୋରିମାନା ଏପରିକି ଜେଲ୍ ପଠାଇବା କୁ କଡା ନିୟମ କରାଯାଇଛି କିନ୍ତୁ ଶ୍ୟାମ ମେଟାଲିକ୍ସ ସାମ୍ନାରେ ପରିବହନ ଏବଂ ଟ୍ରାଫିକ୍ ଆଇନ୍ ର ବାରମ୍ବାର ଖୋଲା ଉଲଙ୍ଘନ କରାଯାଉଥିଲେ ବି ତଥାକଥିତ ଆଇନ୍ କାନୁନ୍ ଆଣ୍ଠେଇ ପଡୁଛି। ଏଭଲି ଅହେତୁକ ଅନୁକମ୍ପା ତଥା କୋହଲ ମନୋଭାବ କାହିଁକି ବୋଲି ପ୍ରଶ୍ନ ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories