www.samajalive.in
Thursday, December 11, 2025
26.1 C
Bhubaneswar

ମାଣ୍ଡିଆ ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ, ଆରମ୍ଭ ହେଲା ସଚେତନତା ପ୍ରଚାର ପ୍ରସାର ରଥ

ମାଣ୍ଡିଆ ଚାଷୀଙ୍କୁ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ ମିଳିବ। ମାଣ୍ଡିଆ ବିକ୍ରୀ କରିବାକୁ ଏଣିକି ହଟହଟା ହେବେନି ଚାଷୀ। କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ ୩୨୯୫ ଟଙ୍କା ପ୍ରତି କ୍ୟୁଣ୍ଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର। ଆଜି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ସମବାୟ ସମିତି  ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କରିଛନ୍ତି। ଏଥର ଉଚିତ ମୂଲ୍ୟରେ ମାଣ୍ଡିଆ ବିକ୍ରୀ କରିପାରିବେ ଚାଷୀ। ପୂର୍ବରୁ ହାଟ ବଜାର କିମ୍ବା ଦଲାଲ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ କଷ୍ଟ ଉପାର୍ଜିତ ମାଣ୍ଡିଆ ଖୁବ କମ ଦରରେ ବିକ୍ରି ହେଉଥିଲା।ଏବେ କିନ୍ତୁ ଚାଷୀ ମାଣ୍ଡିଆ ବିକ୍ରୀ କରିବା ସୁବିଧା ପାଇପାରିବେ ବୋଲି ବିଧାୟକ କହିଛନ୍ତି।

- Advertisement -

ପ୍ରତି କିସମର (ଏଫଏକ୍ୟୁ)ର ମାନ ୩ ହଜାର ୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀମାନେ ଡିସେମ୍ବର ୩୧ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲା ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ କହିଛନ୍ତି। ସାରା ଜିଲ୍ଲାରେ ନିର୍ଧାରିତ ସୂଚୀ ଅନୁଯାୟୀ ଭିନ୍ନ ଭିନ୍ନ ୧୩ଟି ସ୍ଥାନରେ ମଣ୍ଡି ଆୟୋଜନ କରି ୧୫ ହଜାର କ୍ୱିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ଜିଲ୍ଲାରେ ମାଣ୍ଡିଆର ଅଭାବୀ ବିକ୍ରି ଥିବାରୁ ଚାଷୀ ମାଣ୍ଡିଆ ଚାଷକୁ ମୁହଁ ଫେରାଇ ନେଇଥିଲେ। ଏବେ କିନ୍ତୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବାକୁ ନେଇ ଚାଷୀମାନେ କିଛି ଲାଭବାନ ହେବେ ବୋଲି ଆଶା ରଖିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories