www.samajalive.in
Monday, December 8, 2025
17.1 C
Bhubaneswar

ଡିସେମ୍ବର ୧୭ରେ ଭାରତୀୟ ବଜାରରେ ପ୍ରବେଶ କରିବ ଜିଓମିର ଏହି ସ୍ମାର୍ଟଫୋନ୍ 

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ଜିଓମିର ନୂଆ ବଜେଟ୍ ସ୍ମାର୍ଟଫୋନ୍ ରେଡମି ୯ ପାୱାର। ଡ଼ିସେମ୍ବର ୧୭ରେ ଏହା ଲଞ୍ଚ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ରେଡମି ଇଣ୍ଡିଆ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। କମ୍ପାନୀ ଏହି ଫୋନକୁ “ପାୱାର ପ୍ୟାକ୍” ବୋଲି କହୁଛି। ଏହାପୂର୍ବରୁ ୧୫ ଡିସେମ୍ବରରେ ଭାରତରେ ରେଡମି ୯ ପାୱାର ଲଞ୍ଚ କରାଯିବ ବୋଲି ଖବର ଆସିଥିଲା।

ଡିସେମ୍ବର ୧୭ ମଧ୍ୟାହ୍ନ ୧୨ଟାରେ ରେଡମି ୯ ପାୱାର ଲଞ୍ଚ ହେବ। ଏହି କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହେବ ।
ଜିଓମି ଇଣ୍ଡିଆ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମ ପାଇଁ ମିଡିଆ ନିମନ୍ତ୍ରଣ ପଠାଇବା ଆରମ୍ଭ କରିଛି। ରେଡମି ପାୱାର ଆମାଜନ ଇଣ୍ଡିଆରୁ ବିକ୍ରି ହେବ। ଏହାର ମାଇକ୍ରୋ ସାଇଟ୍ ମଧ୍ୟ ଆମାଜନରେ ଲାଇଭ୍ ହୋଇଛି । ମାଇକ୍ରୋ ସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ରେଡମିର ଏହି ଫୋନକୁ ୪୮ ମେଗାପିକ୍ସେଲର ପଛ କ୍ୟାମେରା ସହିତ ଲଞ୍ଚ କରାଯିବ।

- Advertisement -

ଏହା ବ୍ୟତୀତ ଫୋନରେ ଫାଷ୍ଟ ଚାର୍ଜିଂ ମଧ୍ୟ ଉପଲବ୍ଧ ହେବ। ରେଡମି ୯ପାୱାରରେ କ୍ୱାଲକମ୍‌ର ସ୍ନାପଡ୍ରାଗନ୍ ୬୬୨ ସଞ୍ଚାଳକ, ୬.୫୩ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ୧୦୮୦x୨୩୪୦ ପିକ୍ସେଲ ରହିବ। ଫୋନରେ ୧୮ୱାଟ ଫାଷ୍ଟ ଚାର୍ଜିଂ ସହିତ ୬ହଜାର ଏମ୍‌ଏଚ୍ ବ୍ୟାଟେରୀ ମିଳିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories