www.samajalive.in
Sunday, December 7, 2025
13.1 C
Bhubaneswar

ମାଗଣା ପାନୀୟ ପାଇଁ ଆଇପିଏଲ୍‌କୁ ଆସିଥାଆନ୍ତି ମ୍ୟାକ୍ସୱେଲ : ସେହ୍ବାଗ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବରିଷ୍ଠ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ସର୍ବଦା ସମାଲୋଚନା କରିଥାଆନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପ୍‌ନର ବୀରେନ୍ଦ୍ର ସେହ୍ବାଗ। ଏବେ ପୁଣିଥରେ ମ୍ୟାକ୍ସୱେଲଙ୍କୁ କଟୁ ସମାଲୋଚନା କରିଛନ୍ତି ସେହ୍ବାଗ। ସେ ଏପରି ମଧ୍ୟ କହିଛନ୍ତି ଯେ ତାଙ୍କ ହୋଟେଲ ରୁମ୍‌ରେ ମାଗଣା ପାନୀୟକୁ ଉପଭୋଗ କରିବା ଲାଗି ମ୍ୟାକ୍ସୱେଲ ଆଇପିଏଲ୍‌ ଖେଳିବାକୁ ଆସିଥାଆନ୍ତି। ସୂଚନାଯୋଗ୍ୟ; ୟୁଏଇରେ ଖେଳା ଯାଇଥିବା ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ କରିବା ଯୋଗୁଁ ମ୍ୟାକ୍ସୱେଲଙ୍କୁ ବେଶ୍‌ ସମାଲୋଚନା କରା ଯାଇଥିଲା। ତେବେ ଭାରତ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ୍‌ରେ ମ୍ୟାକ୍ସୱେଲ ଭଲ ପ୍ରଦର୍ଶନ କରିଥିଲେ। ସେ ଦିନିକିଆ ସିରିଜ୍‌​‌େ​‌ର ୧୬୭ ଓ ଟି୨୦ ସିରିଜ୍‌ରେ ୭୮ ରନ୍ କରିଥିଲେ।

ଏହାପରେ ଗଣମାଧ୍ୟମରେ ମ୍ୟାକ୍ସୱେଲଙ୍କୁ ସମାଲୋଚନା କରି ସେହ୍ବାଗ କହିଛନ୍ତି, ଅଷ୍ଟ୍ରେଲିଆ ପାଇଁ ଖେଳିବା ବେଳେ ମ୍ୟାକ୍ସୱେଲଙ୍କ ମତିଗତି ବଦଳି ଯାଇଥାଏ। ଅଷ୍ଟ୍ରେଲିଆରେ ଖେଳିବା ବେଳେ ମ୍ୟାକ୍ସୱେଲ ଜାଣିଥାଆନ୍ତି ଯେ ୨/୩ଟି ଇନିଂସରେ ଭଲ ପ୍ରଦର୍ଶନ ନକଲେ ତାଙ୍କୁ ଅଷ୍ଟ୍ରେଲିଆ ଦଳରୁ ବାଦ୍ ଦିଆଯିବ ଏବଂ ଦଳକୁ ଫେରିବା ତାଙ୍କ ଲାଗି କଷ୍ଟକର ହୋଇପଡ଼ିବ। ତେବେ ଆଇପିଏଲ୍‌ ଖେଳିବା ବେଳେ ମ୍ୟାକ୍ସୱେଲ ଆଦୌ ଚାପ ନିଅନ୍ତିନାହିଁ। କେବଳ ଉପଭୋଗ କରିବା ଲାଗି ସେ ଆଇପିଏଲ୍‌ ଖେଳିଥାଆନ୍ତି। ଦଳର ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସେ ସବୁକିଛି କରିଥାଆନ୍ତି, ଚାରିଆଡ଼େ ବୁଲିଥାଆନ୍ତି ଏବଂ ନୃତ୍ୟ କରିଥାଆନ୍ତି। ଏହିପରି ସେ ରନ୍‌ କରିବା ଛଡ଼ା ସବୁକିଛି କରିଥାଆନ୍ତି। ମ୍ୟାଚ୍ ପରେ ମାଗଣା ପାନୀୟ ମିଳିଲେ ଏହାକୁ ତାଙ୍କ ରୁମ୍‌କୁ ନେଇଥାଆନ୍ତି ଏବଂ ସେଠାରେ ତାକୁ ଉପଭୋଗ କରିଥାଆନ୍ତି। କେବେ ବି ମୋତେ ଲାଗିନାହିଁ ଯେ ଆଇପିଏଲ୍‌ରେ ମ୍ୟାଚ୍‌କୁ ନେଇ କେବେ ବି ସେ ଗମ୍ଭୀର ଅଛନ୍ତି।

- Advertisement -

ଆଇପିଏଲ୍‌ରେ ସେ କ୍ରିକେଟ୍‌ ଅପେକ୍ଷା ଗଲ୍‌ଫକୁ ଅଧିକ ମନଧ୍ୟାନ ଦେଇ ଖେଳିଥାଆନ୍ତି। କ୍ରିକେଟ୍‌କୁ ତୁମେ ଯଦି ଗୁରୁତ୍ବ ନଦେବ; ତୁମେ ରନ୍ ସ୍କୋର୍‌ କରିପାରିବ ନାହିଁ। ଚଳିତବର୍ଷ ମ୍ୟାକ୍ସୱେଲ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ୧୩ଟି ମ୍ୟାଚ୍‌ରୁ ମୋଟ ୧୦୮ ରନ୍ କରିଥିଲେ ଏବଂ ୩ଟି ୱିକେଟ ନେଇଥିଲେ। ପୂରା ଆଇପିଏଲ୍‌ରେ ମ୍ୟାକ୍ସୱେଲ ଗୋଟିଏ ମଧ୍ୟ ଛକା ମାରିନଥିଲେ। ପୂର୍ବରୁ ମଧ୍ୟ ମ୍ୟାକ୍ସୱେଲଙ୍କୁ ସମାଲୋଚନା କରି ସେହ୍ବାଗ ତାଙ୍କୁ ୧୦ କୋଟିର ଚିଅରଲିଡର ବୋଲି ଆକ୍ଷେପ କରିଥିଲେ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମ୍ୟାକ୍ସୱେଲ କହିଥିଲେ, ଠିକ୍‌ ଅଛି। ବୀରୁ ମୋତେ ଭଲପାଆନ୍ତି ନାହିଁ ବୋଲି ଖୋଲାଖୋଲି କହୁଛନ୍ତି। ତାଙ୍କୁ ଯାହା ଭଲଲାଗୁଛି; ତାହା ସେ କହିପାରନ୍ତି। ଏପରି ମନ୍ତବ୍ୟ ପାଇଁ ବୀରୁ ଗଣମାଧ୍ୟମରେ ସର୍ବଦା ରହିଥାଆନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories