ପଦ୍ମପୁର: ବରଗଡ଼ ଜିଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଞ୍ଚାୟତ ପିଇଓ ପୁରନ୍ଦର ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି। ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସ ଭବନ ସହିତ ପଦ୍ମପୁରରେ ଥିବା ଆଉ ଏକ ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ । ପିଇଓ ପୁରନ୍ଦର ସାହୁଙ୍କ ନାମରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା। ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଚଢଉ ଜାରି ରଖିଛି। ଅପରପକ୍ଷରେ ପିଇଓ ପୁରନ୍ଦର ସାହୁଙ୍କ କାଗଜ ପତ୍ର ଏବଂ ଘର, ଜମିବାଡି ଭେଲ୍ୟୁଏସନ ଜାରି ରହିଛି ବୋଲି ବରଗଡ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନ ସୂଚନା ଦେଇଛନ୍ତି। ପିଇଓଙ୍କ ଘର ଓ କାର୍ଯ୍ୟାଳୟ ସହ ମୋଟ ଦୁଇଟି ଜାଗାରେ ଚଢାଉ କରାଯାଇଥିବା ସୂଚନା ମିଳିଛି।
Popular Categories



