www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତାକଡରେ ଶୌଚ ବେଳେ ମାଡିଗଲା କାର, ୩ ଗୁରୁତର

ଆଠଗଡ : ତିଗିରିଆ ଥାନା ଅନ୍ତର୍ଗତ ୬୫ନଂ ଜାତୀୟ ରାଜପଥର ପାଞ୍ଚଗାଁ ନିକଟ ସାହୁ ଛକ ପାଖ ରାସ୍ତାକଡରେ ମଳତ୍ୟାଗ କରୁଥିବା ପାଞ୍ଚଗାଁର ଧରଣୀଧର ବେହେରାଙ୍କ ଉପରେ ଏକ କାର ଭାରସାମ୍ୟ ହରାଇ ମାଡିଯିବା ସହ ରାସ୍ତାକଡକୁ ଓଲଟି ପଡିଥିଲା। ବଡମ୍ବାରୁ ଏକ ବାହାଘର ସାରି ଫେରୁଥିବା ଏକ ଅଲ୍ଟୋକାର୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ରାସ୍ତାକଡରେ ଶୌଚ ହେଉଥିବା ଶ୍ରୀ ବେହେରା ଗୁରୁତର ଭାବେ ଆହତ ହୋଇଥିବାବେଳେ କାର ଭିତରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସରେ ତୁରନ୍ତ ଆଠଗଡ ଡାକ୍ତରଖାନାକୁ ପଠାଇଥିଲେ। କାର ମଧ୍ୟରେ ଥିବା ଜଣେ ଆଠ ବର୍ଷର ବାଳକ ଓ ଗାଡିଚାଳକ ବର୍ତ୍ତି ଯାଇଥିବାବେଳେ ଢେଙ୍କାନାଳ ସଦର ଅଞ୍ଚଳର କଦମ୍ବପାଳ ଗ୍ରାମର ଲତା ନାୟକ ଓ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ଗ୍ରାମର ସୁଜାତା ନାୟକ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ଆଠଗଡ ଡାକ୍ତରକାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories