www.samajalive.in
Monday, December 8, 2025
17.1 C
Bhubaneswar

ଜିଏସ୍‍ଟି ଠକେଇ: ଗଣମାଧ୍ୟମ ପ୍ରତିନିଧିଙ୍କ ଘର ସାମ୍ନାରେ ଲାଗିଲା ନୋଟିସ

ରାଉରକେଲା: ଜିଏସ୍‍ଟି ଠକେଇ ଅଭିଯୋଗରେ ରାଉରକେଲାର ଜଣେ ଗଣମାଧ୍ୟମ ପ୍ରତିିନିଧିଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ଗତ କିଛି ଦିନ ହେଲା ଜିଏସ୍‍ଟି ବିଭାଗ ସଂପୃକ୍ତ ସାମ୍ବାଦିକଙ୍କୁ ନୋଟିସ ପଠାଯାଇଥିଲା, ମାତ୍ର ସେ ହାଜର ନ ହେବାରୁ ତାଙ୍କ ଘର ସମ୍ମୁଖରେ ଜିଏସଟି ବିଭାଗ ପକ୍ଷରୁ ଲଟକା ଜାରି କରାଯାଇଛି ।

ସଂପୃକ୍ତ ଗଣମାଧ୍ୟମ କର୍ମଚାରୀଙ୍କ ନାଁରେ କଟକ ଓଜିଏସ୍‍ଟି ସର୍କଲରେ ମାମଲା ରୁଜୁ ହୋଇଛି। ଜିଏସ୍‍ଟି କିଙ୍ଗ୍‍ପିନ୍‍ ଅଙ୍କିତ ଅଗ୍ରୱାଲ ମାମଲାରେ ଗଣମାଧ୍ୟମ କର୍ମଚାରୀ ଓ ବନ୍ଧମୁଣ୍ଡାରେ ରହୁଥିବା ଜଣେ ତଥାକଥିିତ ଚାଟାର୍ଡ ଏକାଉଣ୍ଟାଣ୍ଟ ରାଜୀବ ମିଶ୍ର ସଂପୃକ୍ତ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ଗତ ପ୍ରାୟ ୧୫ ଦିନ ହେଲା କଟକର ଏକ ଟିମ୍‍ ରାଉରକେଲାରେ  ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ଦୁହିଁଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା। ଇତିମଧ୍ୟରେ ସେମାନେ ରାଜୀବ ମିଶ୍ରଙ୍କୁ ଧରିବାରେ ସଫଳ ହୋଇଛନ୍ତି।  ଜିଏସ୍‍ଟି ଠକେଇରେ ରାଜୀବଙ୍କ ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି।

- Advertisement -

ଅନ୍ୟପକ୍ଷରେ  ମେସର୍ସ ନାଏକ ଏଣ୍ଟରପ୍ରାଇଜେସ୍‍ ନାଁରେ ଜିଏସ୍‍ଟି ଠକେଇ ଘଟଣାରେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସଂପୃକ୍ତି ରହିଛି ବୋଲି ସୂଚନା ମିଳିଛି। ହମିରପୁର ନ୍ୟୁ କଣ୍ଟ୍ରାକ୍ଟର କଲୋନୀରେ କମ୍ପାନୀର ଠିକଣା ରହିଛି। ମାତ୍ର ସେଠାରେ ମେସର୍ସ ନାଏକ ଏଣ୍ଟରପ୍ରାଇଜେସ୍‍ ଭଳି କୌଣସି ସଂସ୍ଥା ନ ଥିବା ଅଭିଯୋଗ ହୋଇଛି। ଏ ସମସ୍ତ ଘଟଣାର ଅଙ୍କିିତ ଅଗ୍ରୱାଲ ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଛି। ଅଙ୍କିିତ ସ୍ଥାନୀୟ ସିଭିଲ ଟାଉନଶିପରେ ରହୁଛି। ଭୁବନେଶ୍ୱର ପଟିଆରେ ତା’ର ବ୍ୟବସାୟିକ ଅଫିସ ରହିଛି।

ଅଙ୍କିତ ଭୁୁବନେଶ୍ୱରରେ ରହି ରାଉରକେଲା ଏଜେଣ୍ଟ ଜରିଆରେ ଜାଲିଆତିରେ ସାମିଲ ଥିବା ଜିଏସଟି ଅଧିକାରୀମାନେ ଅନୁମାନ କରୁଛନ୍ତି ।  ଠକେଇ ଜଣା ପଡ଼ିଲା ପରେ କଟକ ଓଜିଏସ୍‍ଟି ସର୍କଲରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ଅଙ୍କିତ ଫେରାର ହୋଇ ଯାଇଛି। କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ଗିରଫ ପରୱାନା ରଘୁନାଥପାଲି ଥାନାରେ ପଡ଼ିଛି। ମାତ୍ର ପୁଲିସ ଅଙ୍କିତକୁ ଗିରଫ କରି ପାରିନାହିଁ। ଏହିସଂଯୋଗରେ ଗଣମାଧ୍ୟମ କର୍ମଚାରୀଙ୍କୁ ନୋଟିସ କରିଥିଲା। ମାତ୍ର ସେ ହାଜର ନ ହେବାରୁ କୋଏଲନଗର ସ୍ଥିତ ବାସଭବନ ଓ ହମିରପୁରସ୍ଥିତ ଅଫିସ ଘରେ ଲଟ୍‍କା ଜାରି କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories