ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀର ଉପନିର୍ବାଚନ ପାଇଁ ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଉକ୍ତ ପଞ୍ଚାୟତରେ କେବଳ ପଞ୍ଚାୟତ ପଦବୀର ଉପନିର୍ବାଚନ ସକାଶେ ଆସନ୍ତା ଡିସେମ୍ବର ୨୨ ତାରିଖ ଧାର୍ୟ୍ୟ କରାଯାଇଛି। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଦିନ ପଞ୍ଚାୟତରେ ସର୍ବସାଧାରଣଙ୍କ ନିମନ୍ତେ ଜଣାଇ ଦିଆଯାଇଛି। ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ କାହ୍ନୁ ଚରଣ ଦାସ, ନିତ୍ୟାନନ୍ଦ ପ୍ରଧାନ, ପ୍ରଫୁଲ୍ଲ କୁମାର ମହାପାତ୍ର, ରାଜେନ୍ଦ୍ର କିଶୋର ନାୟକ ଏବଂ ଡି.ସତ୍ୟ ନାରାୟଣ ଆଚାରୀ ଆଜି ୫ ଜଣ ପ୍ରାଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। କିନ୍ତୁ ଅଚାନକ କରୋନା କଟକଣାକୁ ନେଇ ସେତେବେଳେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ବାତିଲ କରାଯାଇଥିଲା । ତେବେ ବର୍ତ୍ତମାନ ଡିସେମ୍ବର ୨୨ରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଯୋଗୁଁ ଉକ୍ତ ପଞ୍ଚାୟତରେ ନିର୍ବାଚନ ଜନିତ ସମସ୍ତ ଆଚରଣ ବିଧି ଲାଗୁ କରାଯାଇଥିବା ନେଇ ନିର୍ବାଚନ ଅଧିକାରୀ ତଥା ବିଡିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।
Popular Categories



